Latest Odisha News

BREAKING NEWS

୨୦୨୧ରେ ହେବ ଡ଼ିଜିଟାଲ୍ ଜନଗଣନା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ମଲଟିପରପୋଜ୍ ଆଇଡ଼ି କାର୍ଡ଼ ବ୍ୟବହାର ଲାଗି ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁ କାର୍ଡ଼ରେ ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ ଏବଂ ଅନ୍ୟ ସୂଚନା ପ୍ରଦାନ କରୁଥିବ ସେହି କାର୍ଡ଼ ପ୍ରଚଳନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

“ଆମେ କାହିଁକି ଗୋଟିଏ କାର୍ଡ଼ ପ୍ରଚଳନ କରିବା ନାହିଁ ଯେଉଁଥିରେ କି ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ । ଗୋଟିଏ କାର୍ଡ଼ରେ ଅନେକ ଗୁଡ଼ିଏ ଜରୁରୀ କାର୍ଡ଼ର ସୂଚନା ପ୍ରଦାନ କରିପାରୁଥିବ ସେହି କାର୍ଡ଼ର ପ୍ରଚଳନ ହେବା ଜରୁରୀ । ତେଣୁ ଏବେ ଡ଼ିଜିଟାଲ୍ ସେନସସ୍ ଜରୁରୀ ହୋଇପଡ଼ିଛି”ବୋଲି ଗୃହମନ୍ତ୍ରୀ କହିଛନ୍ତି ।

୨୦୨୧ ସୁଦ୍ଧା ଡ଼ିଜିଟାଲ୍ ସେନସସ୍ ମୋବାଇଲ୍ ଆପ୍ସ ଦ୍ୱାରା ସମସ୍ତ ଡ଼ାଟା ସଂଗ୍ରହ କରିପାରିବ । ମାର୍ଚ୍ଚ ୧ ୨୦୨୧ଠାରୁ ଏହି ସେନସସ କାର୍ଯ୍ୟକାରୀ ହେବ । ତେବେ ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କାଶ୍ମୀରରେ ସେନସସ ଅକ୍ଟୋବର ୧ ୨୦୨୦ଠାରୁ ଆରମ୍ଭ ହେବାର ସୂଚନା ମିଳିଛି ।

ଦେଶର ବିଭିନ୍ନ ବିକାଶୋନ୍ମୁଖୀ ଜନହିତକର କାର୍ଯ୍ୟ ଲାଗି ବିଭିନ୍ନ ଯୋଜନା ଏବଂ ଉନ୍ନୟନମୂଳକ ସରକାରୀ କାର୍ଯ୍ୟରେ ଏହା ଅତ୍ୟନ୍ତ ଜରୁରୀ । ଡ଼ିଜିଟାଲ୍ ଜନଗଣନା ହେବାଦ୍ୱାରା ୧୩୦ କୋଟି ଦେଶର ସମସ୍ତ ସୂଚନା ଏହି କାର୍ଡ଼ ମାଧ୍ୟମରେ ଜଣାପଡ଼ିବ ।

ଏହି ଡ଼ିଜିଟାଲ୍ ସେନସସ ମାଧ୍ୟମରେ ଦେଶରେ କାହାରି ମୃତ୍ୟୁ ଘଟିଲେ ମଧ୍ୟ ଜନସଂଖ୍ୟା ନିରୁପଣ ହେବାରେ କୌଣସି ସମସ୍ୟା ସୃଷ୍ଟି ହୋଇପାରିବ ନାହିଁ । ଏହି ଡ଼ିଜିଟାଲ୍ ସେନସସର ବ୍ୟୟ ଅଟକଳ ୧୨,୦୦୦ କୋଟି ରହିଛି । ଏହି କାର୍ଯ୍ୟକ୍ରମ ଲାଗି ପ୍ରାୟ ୩୩ ଲକ୍ଷ ଲୋକ ଘରୁକୁ ଘର ଯାଇ ଜନସାଧାରଣଙ୍କଠାରୁ ସୂଚନା ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.