Latest Odisha News

BREAKING NEWS

Delhi Blast: ଲାଲକିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ  LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଂଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, “ଆଜି ସନ୍ଧ୍ୟା ୭ଟା ସମୟରେ ଲାଲକିଲ୍ଲା ନିକଟ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା ଓ ଏଥିରେ  କିଛି ପଦଚାରୀ ଆହତ ହେବା ସହ ଅନେକ ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା। ତେବେ ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବାର ମାତ୍ର  ୧୦ ମିନିଟ୍ ମଧ୍ୟରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

FSL ସହିତ NSG ଏବଂ NIA ଦଳଗୁଡ଼ିକ ବର୍ତ୍ତମାନ୍ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ନେଇ ସେ କହିଛନ୍ତି। ଆଖପାଖରେ ଥିବା ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଦିଲ୍ଲୀ ପୋଲିସ କମିଶନର ଏବଂ ସ୍ପେଶାଲ୍ ସେଲ୍ ଇନଚାର୍ଜ ଘଟଣାସ୍ଥଳରେ ଉପସ୍ଥିତ ଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଖୁବ୍ ଶୀଘ୍ର କେନ୍ଦ୍ର ଗୃହମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ବୋଲି ଜଣାପଡ଼ିଛି।

ଦିଲ୍ଲୀରେ ଏହି ବିସ୍ଫୋରଣ ପରେ ବର୍ତ୍ତମାନ୍ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ଯଦି ସେଠାକାର ଲୋକମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଦାବିହୀନ ବସ୍ତୁ ଦେଖନ୍ତି, ତେବେ ସେମାନେ ୧୧୨ କୁ ସୂଚନା ଦେବା ପାଇଁ କୁହାଯାଇଛି। ସମସ୍ତ ପୋଲିସ ଅଧିକାରୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଏଥିସହିତ ଆନ୍ତଃରାଜ୍ୟ ସୀମାରେ ସମସ୍ତ ଯାନବାହାନ ଯାଞ୍ଚ କରାଯିବା ସହ ସାର୍ବଜନୀନ ପରିବହନ, ପାର୍କିଂ ଅଞ୍ଚଳ, ହୋଟେଲ ଏବଂ ଧର୍ମଶାଳାଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ତେବେ NCR ଜିଲ୍ଲାଗୁଡ଼ିକରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

 

Comments are closed.