Latest Odisha News

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଇସ୍ତାହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳୀୟ ଇସ୍ତାହାର ଜାରି କରିଛନ୍ତି । ଇସ୍ତାହାର ପ୍ରକାଶ ସମୟରେ ଶାହା କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କ ଇଚ୍ଛା ପୂରଣ କରିବ । ଆମେ ଏହି ସଂକଳ୍ପ ନେଇଛୁ । ଏହା କେବଳ ଘୋଷଣା ନୁହେଁ, ଏହା ଆମ ସଂକଳ୍ପ ବୋଲି କହିଛନ୍ତି ଅମିତ ଶାହ ।

ଅମିତ୍ ଶାହା କହିଛନ୍ତି ଯେ, ବିଜେପି ସରକାର ଗଠନ କରିବା ପରେ ରାଜ୍ୟ ସରକାରଙ୍କ ସମସ୍ତ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ । ପଶ୍ଚିମବଙ୍ଗବାସୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ । ବିଜେପି କ୍ଷମତାକୁ ଆସିଲେ ପ୍ରତିବର୍ଷ କୃଷକମାନଙ୍କୁ ଭାରତ ସରକାରଙ୍କ ଠାରୁ ଯେଉଁ ୬ହଜାର ଟଙ୍କା ମିଳେ, ସେଥିରେ ରାଜ୍ୟ ସରକାର ୪ହଜାର ଟଙ୍କା ମିଶାଇ କୃଷକଙ୍କୁ ବଣ୍ଟନ କରିବେ । ପ୍ରତିବର୍ଷ ମତ୍ସ୍ୟଜୀବୀଙ୍କୁ ୬ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ କ୍ୟାବିନେଟରେ ନାଗରିକତ୍ୱ ସଂଶୋଧନ ଆଇନକୁ କାର୍ଯ୍ୟକାରୀ କରାଯିବ ।

ସେହିପରି ରାଜନୈତିକ ହିଂସା ଘଟଣାର ତଦନ୍ତ କରିବ ଏସଆଇଟି । ଏଥିସହ ରାଜ୍ୟରେ ୩ଟି ଏମସ ହସପିଟାଲ ପ୍ରତିଷ୍ଠା କରାଯିବ ବୋଲି ଇସ୍ତାହାରରେ ଘୋଷଣା କରିଛି ବିଜେପି । ଚା’ ବଗିଚାରେ କାମ କରୁଥିବା କର୍ଚାରୀଙ୍କ ଦୈନିକ ମଜୁରି ୩୫୦ ଟଙ୍କା କରାଯିବ । ସରକାରୀ କ୍ୟାଣ୍ଟିନରେ ୫ଟଙ୍କାରେ ଦିନକୁ ତିନିଟି ମିଲ୍ ଦିଆଯିବ । ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ସିଟ୍‌ରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ଏପ୍ରିଲ ୨୯ରେ ମତଦାନ ଶେଷ ହେବ । ସେହିପରି ମେ ୨ ତାରିଖରେ ନିର୍ବଚନ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.