Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ କଣ ପ୍ରତିକ୍ରିୟା ଦେଲେ ଅମିତ ଶାହା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ  ସହିତ ଜଡ଼ିତ ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳ ଏହା ଭିତରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସୁଶାନ୍ତଙ୍କ ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ ‘ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ସେ କହିଛନ୍ତି ଯେ ଆମେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିନାହୁଁ, କିନ୍ତୁ ରାଜ୍ୟ ସରକାର ଏବଂ ସୁଶାନ୍ତଙ୍କ ସମ୍ପର୍କୀୟଙ୍କ ଦାବିରେ ସିବିଆଇ ଯାଞ୍ଚ୍‌କୁ ଅନୁମୋଦନ କରାଯାଇଥିଲା’।

ଅମିତ ଶାହା କହିଛନ୍ତି ଯେ ଯଦି ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ ଅନ୍ୟ କେହି ବି ଥାନ୍ତେ, ତେବେ ବି ନ୍ୟାୟିକ ତଦନ୍ତ ହୋଇଥାନ୍ତା। ଶାହା କହିଛନ୍ତି ଯେ ସେ ଏହି ମାମଲାରେ ଉପରେ ଏବେ କୌଣସି ମନ୍ତବ୍ୟ ଦେବେ ନାହିଁ। ସିବିଆଇ ତାର ତଦନ୍ତ ଜାରି ରଖିଛି ଏବଂ ଏଥିରେ ସବୁ ସତ ସାମ୍‌ନାକୁ ଆସିଯିବ ବୋଲି ସେ ଆଶା କରିଥିଲେ।

Comments are closed.