Latest Odisha News

BREAKING NEWS

କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ: ଆତଙ୍କବାଦ ବିରୋଧରେ ଲଢିଥିଲେ କାଶ୍ମୀର ପଣ୍ଡିତ ବିସ୍ଥାପିତ ହୋଇ ନ ଥାନ୍ତେ

ନୂଆଦିଲ୍ଲୀ:ଜମ୍ମୁକଶ୍ମୀର ପୁନର୍ଗଠନ ଏବଂ ସଂରକ୍ଷଣ ବିଲ ଉପରେ ଲୋକସଭାରେ ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ସାହ  ଜବାବ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଶାହ କହିଛନ୍ତି, ଯେଉଁମାନେ୭୦ ବର୍ଷ ଧରି ଅବହେଳିତ ହୋଇ ପଡିଛନ୍ତି ଏବଂ ଯେଉଁମାନଙ୍କୁ ଅପମାନିତ କରାଯାଇଛି ସେହିମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ବିଲ ଆସିଛି । ଶାହ କହିଛନ୍ତି, ପାଖାପାଖି ୪୬,୬୩୧  ପରିବାର ଏବଂ ୧, ୫୭, ୯୬୭  ଲୋକ କାଶ୍ମୀରରୁ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିଲେ । ସେମାନଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏ ବିଧେୟକ ଆଣିଛନ୍ତି । ସେ ଆହୁରି କହିଛନ୍ତି, ଯଦି ଭୋଟ ବ୍ୟାଙ୍କ କଥା ନ ଭାବି ଆରମ୍ଭରୁ ଆତଙ୍କବାଦ  ବିରୋଧରେ ଲଢିଥାନ୍ତ ତେବେ କାଶ୍ମୀର ପଣ୍ଡିତଙ୍କୁ ଆଜି ଦେଶ ଛାଡି ଯିବାକୁ ପଡି ନଥାନ୍ତା ।

ଜବାହାର ଲାଲ ନେହରୁଙ୍କୁ ବି ଛାଡି ନ ଥିଲେ ଶାହ । କହିଥିଲେ, ପାକ ଅଧିକୃତ କାଶ୍ମୀର ସମସ୍ୟା ସେ ସମୟର ପ୍ରଧାନମନ୍ତ୍ରୀ ଜବାହରଲାଲା ନେହରୁଙ୍କୁ ପାଇଁ ହୋଇଛି । ପୂରା କାଶ୍ମୀର ହାତକୁ ଆସିବା ପର୍ବରୁ ସେ ଯୁଦ୍ଧ ବିରତି ଘୋଷଣା କରିଦେଲେ । ନ ହେଲେ କାଶ୍ମର ଆଜି ଆମର ହୋଇ ଥାନ୍ତା । ଶାହଙ୍କର ଏପରି ବୟାନକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ବିରୋଧ ଦଳ ସଦସ୍ୟ ଗୃହ ଛାଡି ପଳାଇଥିଲେ ।

ଗୃହମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ନାଁ ନେଇ କହିଥିଲେ, ‘ଏମିତି କିଛି ଲୋକ ଅଛନ୍ତି ଯିଏ ଏହାକୁ ଛୋଟ ଦେଖାଇବାକୁ ଚେଷ୍ଟା କରିବେ । ହେଲେ ସେମାନଙ୍କୁ ଏତିକି କହିବି,  ଯଦି ଆମ ଭିତରେ ଟିକିଏ ବି ସହାନୁଭୂତି ରହିଛି ତେବେ ଆମକୁ ଦେଖାଇବାକୁ ପଡିବ ଯେ, ନାଁ ସହ ସମ୍ମାନ ଯୋଡି ହୋଇ ରହିଛି ।

ରାହୁଲଙ୍କୁ ଟାର୍ଗେଟ କରି ଆହୁରି କହିଥିଲେ, କିଛି ଲୋକଙ୍କୁ ଭାଷଣ ଲେଖି କରି ଦିଆଯାଉଛି ଏବଂ ସେ ଏହି ଭାଷଣ ୬ମାସ ଯାଏ ବାରମ୍ବାର ପଢୁଥାନ୍ତି । ସେମାନେ ଇତିହାସ ଦେଖନ୍ତି ନାହିଁ ।

ଅମିତ ଶାହ କହିଛନ୍ତି, ୭୦ ବର୍ଷ ଧରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତ ଦିଆଯାଇ ନାହିଁ । ନରେନ୍ଦ୍ର ମୋଦି ସରକାର ତାଙ୍କୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି । କାକା କାଲେଲକରଙ୍କ ରିପୋର୍ଟକୁ ଅଟକାଇଦେଲେ । ମଣ୍ଡଳ କମିଶନ ରିପୋର୍ଟ ଲାଗୁକଲେନି । ଯେତେବଳେ ଏହାକୁ ଲାଗୁ କରିବା କଥା ଉଠିଲା, ରାଜୀବ ଗାନ୍ଧୀ ବିରୋଧ କଲେ । ପଛୁଆ ବର୍ଗଙ୍କୁ ସବୁଠାରୁ ବଡ ବିରୋଧ କଂଗ୍ରେସ କରିଛି ବୋଲି କହିଥିଲେ ଶାହ ।

Leave A Reply

Your email address will not be published.