Latest Odisha News

BREAKING NEWS

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  ।

ଏବଂ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ କଏଦୀ ଜଣକ ବଳରାମ ବେହେରା ବୋଲି ଜଣାପଡିଛି । ଏକ ପୋସ୍କୋ ଆକ୍ଟ ରେ ୪୯ଦିନ ହେବ ସେ ବିଚାରଧୀନ ଭାବେ ରଗଡି ସବଜେଲରେ ଥିଲେ।  ପରେ ଖବର ପାଇ ଯାଜପୁର ରୋଡ଼ ପୋଲିସ ମେଡିକାଲ ରେ  ପହଂଚି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.