Latest Odisha News

BREAKING NEWS

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି ।

ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଥିବା ସୂଚନା ମିଳିଛି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ ପାଖରେ ସଂଖ୍ୟା ରହିଥିଲେ ସୁଦ୍ଧା ରାଜ୍ୟସଭାରେ ବିଲ୍ ପାସ ହେବା ପାଇଁ ଅନ୍ୟଦଳର ସମର୍ଥନ ଆବଶ୍ୟକ ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଜେପି ନିଜର ସମସ୍ତ ସାଂସଦଙ୍କୁ ଡିସେମ୍ବର ୯ରୁ ୧୧ ଯାଏଁ ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ, ଏହି ବିଲ ଆସିବା ପରେ ପଡୋଶୀ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିପାରିବ । ଏହି ବିଲକୁ ଆସାମ ଓ ଉତ୍ତର-ପୂର୍ବରେ ବିରୋଧ କରାଯାଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ମୋଦୀ କ୍ୟାବିନେଟ ଏହି ବିଲକୁ ମଂଜୁରୀ ଦେଇଥିଲେ । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ, ନାଗରିକତା ସଂଶୋଧନ ବିଲରେ ଦେଶର ମଙ୍ଗଳକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.