Latest Odisha News

BREAKING NEWS

ପୁରୀ ସମାବେଶରେ ନବୀନ ସରକାରଙ୍କୁ ବର୍ଷିଲେ ଅମିତ ଶାହ

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ଦିନ ପୁରୀ ଗସ୍ତରେ ଆସି ଜନସଭାରେ ନବୀନ ପଟ୍ଟନାୟକ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଏଠାରେ ସରକାର ଆଦିବାସୀ ତଥା ରାଜ୍ୟର ବିକାଶ ଲାଗି ଅବହେଳା କରୁଛନ୍ତି ଏବଂ ଏହି ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରୁନଥିବାରୁ ରାଜ୍ୟବାସୀ ଏହି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରି କହିଛନ୍ତି ଅମିତ ଶାହ ।

ଏହି ର‌୍ୟାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଆ ଭାଷାର ଗୁରତ୍ୱକୁ ଦୃଷ୍ଟିରେ ରଖି ଭୋଟରମାନଙ୍କୁ କହିଛନ୍ତି, ଆଗାମୀ ନିର୍ବାଚନରେ ଏପରି ଏକ ବ୍ୟକ୍ତିଙ୍କୁ ଭୋଟ ଦେବା ଆବଶ୍ୟକ ଯିଏ ଓଡ଼ିଆ କହିପାରୁଥିବେ । ନବୀନ ଭଲ ଓଡ଼ିଆ ଜାଣନ୍ତି ନାହିଁ ବୋଲି ଗରିବ ଜନସାଧାରଣଙ୍କ ଯନ୍ତ୍ରଣା ବୁଝିପାରିନ୍ତି ନାହିଁ ବୋଲି ଅଭିଯୋଗ କରି କହିଛନ୍ତି ଅମିତ ଶାହ ।

ସେ ବିଜେଡ଼ି ଓ କଂଗ୍ରେସକୁ କଟୁ ସମାଲୋଚନା କରି କହିଛନ୍ତି, ଏହି ଦୁଇ ଦଳ ମୁଦ୍ରାର ଦୁଇ ପାଶ୍ୱର୍ ପରି, ଗୋଟିଏ ଅନ୍ୟଟିର ବି ଟିମ୍ । ଏହି ଦୁଇ ଦଳର ଶାସନ କାଳ ମଧ୍ୟରେ ଓଡ଼ିଶାର ବିକାଶ ଘଟିପାରିନାହିଁ, ବିଶେଷକରି ଜନଜାତିର ଜନସାଧାରଣ ଅଧିକ ରୂପେ ଭୋଗୁଛନ୍ତି ।

“ ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ଯେ, ଦାନ ମାଝି ପରି ଜଣେ ଆଦିବାସୀ ଲୋକ ନିଜର ସ୍ତ୍ରୀ ଶବକୁ କାନ୍ଧରେ ବୋହି ଦୀର୍ଘ ୧୨ କିଲୋମିଟର ବ୍ୟାପୀ ଚାଲି ଚାଲି ନିଜ ଗାଁ’କୁ ଫେରିଥିଲା । ଏହିପରି ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇଦେବା ଆବଶ୍ୟକ,” ବୋଲି କହିଛନ୍ତି ଅମିତ ଶାହ ।

ଏହି ସମାବେଶରେ ଉଦବୋଧନ ଦେବାପରେ ଆଦିବାସୀ ଅଧିକାର ସମାବେଶରେ ଯୋଗ ଦେଇଥିଲେ ଅମିତ ଶାହ । ଏହି ସମାବେଶରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସରକାର ରାଜ୍ୟରେ ଲାଗୁ କରୁନଥିବାରୁ ରାଜ୍ୟବାସୀ ଏହି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରି କହିଛନ୍ତି ଅମିତ ଶାହ ।

“ ନିର୍ବାଚନ ଆଉ ମାତ୍ର ୩ ମାସ ରହିଲା, ମୁଁ ନବୀନ ପଟ୍ଟନାୟକଙ୍କୁ ଆଉଥରେ ଅନୁରୋଧ କରୁଛି ଯେ, ସେ ଏହି ଯୋଜନାକୁ ଗ୍ରହଣ କରୁନ୍ତି, ନହେଲେ ଭୋଟର କ୍ଷମତାରୁ ବିଚ୍ୟୁତ କରିବେ,” ବୋଲି ବିଜେପି ସଭାପତି କହିଛନ୍ତି ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଟିପ୍ପଣୀ ଦେଇ ସେ କହିଛନ୍ତି, ଯେତେବେଳେ ସମଗ୍ର ଗୃହ ଚାଷୀଙ୍କ ଲାଗି ସହାୟତା ଘୋଷଣା କରିବା ବେଳେ ଆନନ୍ଦିତ ରହିଥିଲେ ସେତେବେଳେ ରାହୁଲ ହତାଶ ଭାବନାରେ ବସି ରହିଥିଲେ, ଏଥିରୁ ସହଜେ ଜଣାପଡୁଛି ଯେ, କୃଷକ ସମାଜ ପ୍ରତି ରାହୁଲ ଆଦୌ ଗୁରୁତ୍ୱ ଦେଉନାହାନ୍ତି ।

Leave A Reply

Your email address will not be published.