Latest Odisha News

BREAKING NEWS

ରାଇରଙ୍ଗପୁରରେ ୨୧ଟି ପ୍ରକଳ୍ପର ଉଦଘାଟନ କଲେ ନବୀନ

ରାଇରଙ୍ଗପୁର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରି ୨୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାବ୍ୟତୀତ ସେ ୧୫ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍ଗିରୀପୋଷୀ ବ୍ଲକର ବାରିପଦା-ବାମନଘାଟୀ ରାସ୍ତାର ଜଉମରା ନାଳ ଉପରେ ଏବଂ ସାରସକଣା ବ୍ଲକର ବାଲିଯୋଡ଼ ନାଳ ଉପରେ ୨ଟି ହାଇଲେଭଲ ସେତୁ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ୨ଟି ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର ଉଦଘାଟନ କରିଛନ୍ତି । ସେହିପରି ରାଇରଙ୍ଗପୁର ବ୍ଲକର ଛମଡ଼ାଡିହି ନାଳ ଏବଂ ଗୁରିଆ ନାଳ ଉପରେ ୨ଟି ହାଇଲେଭଲ୍ ସେତୁ ଉଦଘାଟନ କରିଛନ୍ତି । ରାଇରଙ୍ଗପୁର ବ୍ଲକର ପୁରୁଣାପାଣି, ଟୋଲୋକୋ, କୁଲେଇଶିଳା, କାଳିମାଟି ଓ ତଲେଇଝରି ଏବଂ ବଡମଉଦାଠାରେ ୬ଟି ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ରରୁଆଁ ବ୍ଲକ, ଜାମଡ଼ା, କୁସୁମୀ ଏବଂ ତିରିଂ ବ୍ଲକରେ ୯ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ରାଇରଙ୍ଗପୁରରେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ୧୫ଟି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁରରେ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ୭୪୫୩ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଛନ୍ତି ।

ସେହିପରି ୧୨ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡ଼ିଜିଟାଲ ସଶକ୍ତିକରଣ ନିମନ୍ତେ ୭୪୬୭ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.