Latest Odisha News

BREAKING NEWS

ଜାନୁଆରୀ ୨୯ରେ ଅମିତ ଶାହଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାନୁଆରୀ ୨୯ ତାରିଖରେ ଓଡିଶା ଗସ୍ତ କରୁଥିବା ନେଇ ବୁଧବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଜାନୁଆରୀ ୨୯ ତାରିଖରେ କଟକ ଜିଲ୍ଲା ସାଲେପୁର ବ୍ଲକର କୁଲିଆରେ ଆୟୋଜିତ ଏକ ସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଜାନୁଆରୀ ୧୮ ତାରିଖ ଦିନ ଅମିତ ଶାହ ସାଲେପୁର ଗସ୍ତରେ ଆସି ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କିଛିଦିନ ପୂର୍ବରୁ ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ଏହି ଗସ୍ତକୁ ବାତିଲ କରାଯାଇଥିଲା ।

Leave A Reply

Your email address will not be published.