Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ୧୫୭ ରନରେ ଅଲଆଉଟ୍, ସହଜ ବିଜୟ ଲକ୍ଷ୍ୟରେ ଭାରତ

ନାପିଏର୍: ଅଷ୍ଟ୍ରେଲିଆ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଥିବା ବିରାଟଙ୍କ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ । ବୁଧବାର ନାପିଏର ଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୧ମ ଦିନିକିଆରେ ଶକ୍ତିଶାଳୀ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୭ ରନରେ ଅଲଆଉଟ ହୋଇଯାଇଛି ।

ନ୍ୟୁଜିଲାଣ୍ଡ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର କିୱି ଦଳ ବ୍ୟାଟିଂ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୫୨ ରନ ହୋଇଥିବା ବେଳେ ୩ଟି ୱିକେଟର ପତ୍ତନ ଘଟିଥିଲା ଏବଂ ୧୦୦ ରନ ବେଳକୁ ୫ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା ଘରୋଇ ନ୍ୟୁଜିଲାଣ୍ଡ ଦଳ । କିୱି ଅଧିନାୟକ ୱିଲିୟମସନ ସର୍ବାଧିକ ୬୪ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେପରି ଆଖିଦୃଶିଆ ରନ ସ୍କୋର କରିପାରିନାହାନ୍ତି । ଦଳ ୩୮ ଓଭରରେ ୧୫୭ କରି ସମସ୍ତ ୱିକେଟ ହରାଇଥିଲା ।

ଭାରତୀୟ ବୋଲର୍ କୁଲଦୀପ ଯାଦବ ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହିତ କିୱି ଦଳର ୪ଟି ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି ୩ଟି ମୂଲ୍ୟବାନ ନ୍ୟୁଜିଲାଣ୍ଡ ୱିକେଟ ଏବଂ ଚହଲ ଏବଂ କେଦାର ଯାଦବ ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

ଭାରତ ବ୍ୟାଟିଂ ଆରମ୍ଭ କରିବା ସହିତ ୧୦ ଓଭରରେ ଏକ ୱିକେଟ ବିନିମୟରେ ୪୪ ରନ କରିପାରିଛି । ଓପନର ଶିଖର ଧାୱନ ୨୯ ରନ କରି କ୍ରିଜରେ ଥିବା ବେଳେ ରୋହିତ ଶର୍ମା ୧୧ ରନ କରି ଆଉଟ ହୋଇଛନ୍ତି ।

ଭାରତୀୟ ଦଳ – ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, କେଦାର ଯାଦବ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ ଦଳ – କେନ ୱିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ୍, କଲିନ୍ ମୁନରୋ, ରସ୍ ଟେଲର, ଟମ୍ ଲାଥାମ, ହେନରି ନିକୋଲସ, କଲିନ ଡି ଗ୍ରାଣ୍ଡୋମେ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଲୋକି ଫର୍ଗୁସନ, ଡଗ୍ ବ୍ରାସୱେଲ, ଟ୍ରେଣ୍ଟ ବୋଲ୍ଟ ଏବଂ ଇସ୍ ସୋଧୀ ।

Leave A Reply

Your email address will not be published.