Latest Odisha News

BREAKING NEWS

ବିକାଶ ପାଇଁ ହାତରେ ବନ୍ଧୁକ ଦରକାର ନାହିଁ, କମ୍ପ୍ୟୁଟର ଆବଶ୍ୟକ: ଶାହା

ଛତିଶଗଡ଼: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ଗସ୍ତରେ ଅଛନ୍ତି। ଅମିତ ଶାହା ଦାନ୍ତେୱାଡାର ମା ଦନ୍ତେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ସେ ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଅମିତ ଶାହା କହିଛନ୍ତି ଯେ, ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ । ମୁଁ ମା’ ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ କି ଆସିଛି , ଆଗାମୀ ଚୈତ୍ର ନବରାତ୍ର ସୁଦ୍ଧା ବସ୍ତରରୁ ଲାଲ ଆତଙ୍କ ଶେଷ ହୋଇଯିବ ଏବଂ ବସ୍ତର
ସୁଖସମୃଦ୍ଧରେ ଭରପୂର ହେବ ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, “ମୁଁ ନକ୍ସଲ ଭାଇମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଅସ୍ତ୍ରଶସ୍ତ୍ର ଛାଡି ଦିଅନ୍ତୁ । ମୁଖ୍ୟ ସ୍ରୋତକୁ ଆସନ୍ତୁ। କୌଣସି ନକ୍ସଲଙ୍କୁ ହତ୍ୟା କରାଗଲେ କାହାକୁ ଆନନ୍ଦ ଆସେ ନାହିଁ। ଏହି କ୍ଷେତ୍ରର ବିକାଶ ଆବଶ୍ୟକ।

ଶାହା ନକ୍ସଲମାନଙ୍କୁ କହିଥିଲେ, “ଅସ୍ତ୍ରଶସ୍ତ୍ର ଛାଡି ଦିଅ । ଭାରତ ସରକାର ଏବଂ ଛତିଶଗଡ ସରକାରଙ୍କ ଦ୍ବାରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ବିକାଶ ପ୍ରକ୍ରିୟାରେ ଯୋଗ ଦିଅ । ନକ୍ସଲମାନେ ଅସ୍ତ୍ରଶସ୍ତ୍ର ନେଇ ଆଦିବାସୀ ଭାଇ ଓ ଭଉଣୀଙ୍କ ବିକାଶକୁ ରୋକି ପାରିବେ ନାହିଁ। ଏଥିପାଇଁ ସମ୍ପୂର୍ଣ୍ଣ ହୃଦୟରୁ ଅପିଲ କରୁଛି। ବିକାଶ ପାଇଁ ହାତରେ ବନ୍ଧୁକ ଦରକାର ନାହିଁ, କମ୍ପ୍ୟୁଟର ଆବଶ୍ୟକ।”

୨୦୨୫ ମସିହାରେ ଏପର୍ଯ୍ୟନ୍ତ ୫୨୧ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ୨୦୨୪ ମସିହାରେ ୮୮୧ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନେ ମୁଖ୍ୟ ସ୍ରୋତକୁ ଆସିବେ ଏବଂ ଅସ୍ତ୍ରଶସ୍ତ୍ର ନେଇ ଆସିଲେ ସୁରକ୍ଷା କର୍ମୀଙ୍କ ସହ ମୁକାବିଲା କରାଯିବ ବୋଲି ଅମିତ ଶାହା ମଞ୍ଚରୁ କହିଛନ୍ତି ।

ଶେଷରେ ଅମିତ ଶାହା କହିଛନ୍ତି ଯେ, ବର୍ତ୍ତମାନ ସୁକମାରୁ ଇନ୍ସପେକ୍ଟର ହୁଅ , ବସ୍ତରରୁ ବାରିଷ୍ଟର ହୁଅ, କାଙ୍କେରରୁ କଲେକ୍ଟର ହୁଅ; ଏହା ହେଉଛି ବିକାଶ। କାହାକୁ ଭୟ କରିବାର ଆବଶ୍ୟକତା ନାହିଁ । ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ। ଛତିଶଗଡ ସରକାର ପ୍ରତ୍ୟେକ ଗ୍ରାମକୁ ନକ୍ସଲମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବା ଉଚିତ।

ଶାହା ବସ୍ତର ପାଣ୍ଡୁମ ମହୋତ୍ସବ ପାଇଁ ଛତିଶଗଡ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଶାହା କହିଛନ୍ତି ଯେ. ଚଳିତ ବର୍ଷ ବସ୍ତର ପାଣ୍ଡୁମ୍ ଛତିଶଗଡର ଏକ ପର୍ବ ଭାବରେ ପାଳନ କରାଯାଇଛି। ଏଥର ବସ୍ତର ପାଣ୍ଡୁମ୍ ସାତୋଟି ବର୍ଗରେ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆମେ ବାରଟି ବର୍ଗରେ ପାଳନ କରିବା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଆଦିବାସୀ କଳାକାର ଆସିବେ । ବସ୍ତର ପାଣ୍ଡୁମକୁ ଆନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ପ୍ରୟାସ କରାଯିବ ଯାହା ଦ୍ବାରା ଆଦିବାସୀ ପିଲାଙ୍କ କଳା ସାରା ବିଶ୍ୱରେ ପ୍ରଦର୍ଶିତ ହୋଇପାରିବ ।

 

Comments are closed.