Latest Odisha News

BREAKING NEWS

କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କଟକ: ଆସୁଛି ସାଧାରଣ ନିର୍ବାଚନ । ଗଣତନ୍ତ୍ରର ମହାପର୍ବ ପାଇଁ ନେତାଙ୍କ ପ୍ରସ୍ତୁତି ଜୋରଦାର । ଏହାର ମଧ୍ୟରେ କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଟକରେ ଏକ ରୋଡ ଶୋ ରେ ଯୋଗ ଦେବେ ଅମିତ ଶାହ ।

ଏହି ରୋଡ ଶୋ ଅପରାହ୍ନ ୪ ଟାରୁ ଗୋପବନ୍ଧୁବାଗ ଠାରୁ ଆରମ୍ଭ ହେବ । ଏଥିରେ ବିପୁଳ ସଂଖ୍ୟାରେ ଯୋଗଦାନ ପାଇଁ ବିଜେପିର ଅପିଲ । ରୋଡ ଶୋ ଗୋପବନ୍ଧୁବାଗ ଠାରୁ ଆରମ୍ଭ ହୋଇ  ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଁଞ୍ଚିବ । କହିରଖିବାକୁ ଚାହୁଁ ମେ ୧୦ ରେ ରାଜଧାନୀ ଭୁବନେଶ୍ବରରେ ଏକ ଭବ୍ୟ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।

Comments are closed.