Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ସେହେସାଁ ତଥା ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ହୋଇ ଗତ ୩ଦିନ ଧରି ମୁମ୍ବାଇସ୍ଥିତ ନାନାବତୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ ବିଗ ବି’ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ ଚିକିତ୍ସା ଲାଗି ଅଣାଯାଇଥିଲା । ତେବେ ତାଙ୍କ ଲିଭର୍ (ଯକୃତ)ରେ କୌଣସିପ୍ରକାର ସମସ୍ୟା ଦେଖାଦେବାରୁ ଗତ ୩ ଦିନ ହେବ ସେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଏକପ୍ରକାର ଚିନ୍ତିତ ରହିଛନ୍ତି ।

ଏପରିକି ତାଙ୍କୁ ସ୍ପେଶାଲ୍ କ୍ୟାବିନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କେବଳ ଘନିଷ୍ଠ ସମ୍ପର୍କୀୟମାନଙ୍କୁ ଭିତରକୁ ଛଡାଯାଉଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ବିଗ ବି’ ସୋନି ଟିଭିରେ ପ୍ରସାରିତ ‘କୋନ ବନେଗା କରୋଡପତି’ର ୧୧ତମ ସିଜିନରେ ହୋଷ୍ଟିଂ କରୁଛନ୍ତି ।

Leave A Reply

Your email address will not be published.