Latest Odisha News

BREAKING NEWS

ଏଥର Alexaରେ ଅମିତାଭ ବଚ୍ଚନଙ୍କ ଭଏସ୍ ‌!

ନୂଆଦିଲ୍ଲୀ: ଏଥର ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସ୍‌ରେ ଉପଲବ୍ସ ହେବ ଆଲେକ୍ସ । ପ୍ରଥମଥର ପାଇଁ ସେଲିବ୍ରିଟି ଭଏସ୍‌ରେ ବଜାରକୁ ଆସିବ ଭଏସ୍ କମାଣ୍ଡ ଆଲେକ୍ସା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amazon ସହ ପାର୍ଟନରଶିପ୍ କରିଛନ୍ତି। ଏହି ପାର୍ଟନରଶିପ୍ ଅନୁସାରେ ଭାରତରେ ପ୍ରଥମ ଥର Alexa ସେଲିବ୍ରିଟି ଭଏସରେ ଉପଲବ୍ଧ ହେବ।

Amazon India ମୁତାବକ ଗ୍ରାହକ ଭାରତରେ ଅମିତାଭ ବଚ୍ଚନଙ୍କ କଣ୍ଠ Alexaରେ ପାଇପାରିବେ। ଏଥିପାଇଁ ଅମିତାଭ ବଚ୍ଚନ ଭୟେସ୍ ଏକ୍ସପିରିୟେନ୍ସ କିଣିବାକୁ ହେବ। ଏହି ଫିଚର ଆସନ୍ତା ବର୍ଷରୁ ଉପଲବ୍ଧ ହେବ।

Amazon India କହିଛି ଯେ Amazon Alexaର ଟିମ୍ ଅମିତାଭ ବଚ୍ଚନଙ୍କ ସହ ମିଶି କାମ କରିବ ଯାହା ଦ୍ବାରା ତାଙ୍କ ଭଏସକୁ Alexa ପାଇଁ ଭଲ ଭାବେ କ୍ୟାପଚର୍ କରାଯାଇ ପାରିବ।

ଅମିତାଭ ବଚ୍ଚନଙ୍କ ଭୟେସରେ Alexaର ପପୁଲାର୍ ଭଏସ୍ କମାଣ୍ଡସ୍ ମିଳିବ। ଯେପରିକି ଜୋକ୍ସ, ଓ୍ବେଦର, ସାୟରୀ, ମୋଟିଭେସନାଲ୍ କୋଟସ୍ ଏବଂ ଆଡଭାଇସ୍ ଅମିତାଭ ବଚ୍ଚନଙ୍କ ଭଏସରେ ଉପଲବ୍ଧ ହେବ। Alexa ଭଏସ୍ ଏକ୍ସପିରିଏନ୍ସ ପାଇଁ ଏହି ପାର୍ଟନରଶିପ୍ ଉପରେ ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.