Latest Odisha News

ପୁଣି ବଡ ପରଦାରେ ଏକାଠି ନଜର ଆସିବେ କି ବାପ-ପୁଅ! ଅମିତାଭ ସେୟାର କଲେ ଫଟୋ

ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ଥରେ ବଡପରଦାରେ ଧମାଲ କରିବେ କି ଅମିତାଭ-ଅଭିଷେକ । ପୂର୍ବରୁ ଉଭୟ ବାପ ପୁଅଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲେ ବି ଗତ କିଛି ଦିନ ହେବ ବଡ ପରଦାରେ ଉଭୟଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଅମିତାଭ ଏବଂ ଅଭିଷେକଙ୍କୁ ଅନ୍ୟାନ୍ୟ ଉତ୍ସବ ଯେପରିକି, ପାରିବାରିକ ଉତ୍ସବ ହେଉ କିମ୍ବା ଅନ୍ୟ କୌଣସିଥିରେ ଦେଖିବାକୁ ମିଳିଥିଲେ । କିନ୍ତୁ ବଡ ପରଦାରେ ଉଭୟଙ୍କୁ ଏବେ ଦେଖିବା ସତେ ଯେମିତି ତାଙ୍କ ପ୍ରଶଂସକଙ୍କ ପାଇଁ ସ୍ଵପ୍ନ ହେଇଗଲାଣି । ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଉଭୟଙ୍କ ଏକ ଫଟୋ । ଯାହାକୁ ନିଜେ ପୋଷ୍ଟ କରିଛନ୍ତି ବାପା ଅମିତାଭ ବଚ୍ଚନ । ଆଉ ସେ ଫଟୋରେ ଦୁହେଁଙ୍କୁ ଏକ ଷ୍ଟୁଡିଓ ରୁମରେ ଦେଖିବାକୁ ମିଳୁଛି ।

ବାସ୍ତବରେ ଅମିତାଭ ବଚ୍ଚନ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଫୋଟ ପୋଷ୍ଟ କରିଛନ୍ତି । ଏହି ଫୋଟରେ ଉଭୟ ଅମିତାଭ ଏବଂ ଅଭିଷେକଙ୍କୁ ଏକ ରେକର୍ଡିଂ ରୁମରେ ଦେଖିବାକୁ ମିଳିଛି । ଦୁଇ ଜଣଙ୍କ କାନରେ ହେଡଫୋନ ମଧ୍ୟ ଅଛି । ଫୋଟକୁ ଦେଖି ଏହା ଜଣାପଡୁଛି ଯେ, ଯେପରିକି କୌଣସି ବିଷୟରେ ରେକର୍ଡିଂ ଅଥବା ଡବିଙ୍ଗ କାମ ଚାଲିଛି । କଲରଫୁଲ ଡିଜାଇନ ଜ୍ୟାକେଟ ସହ ରେଡ୍ କଲର ପ୍ୟାଣ୍ଟ ସହ ହଳଦିଆ ଜୋତାରେ ଅମିତାଭଙ୍କୁ ଦେଖିବାକୁ ମିଳିଥିବା ବେଳେ ଅଭିଷେକଙ୍କୁ ନୀଳ ରଙ୍ଗର ଜ୍ୟାକେଟ ସହ ଡୋମିନରେ ଦେଖିବାକୁ ମିଳିଛି । ଫଟୋଟିକୁ ସେୟାର କରି ଅମିତାଭ କ୍ୟାପ୍ସନରେ ଲେଖିଛନ୍ତି ଯେ, ବାପ-ପୁଅ ଦୁହେଁ ଯାକ ଗୋଟିଏ ଯାଗାରେ କାମରେ ବସିଛୁ । ଖୁବ ଶୀଘ୍ରରେ ପରଦାରେ ଆସିବାକୁ ଯାଉଛୁ । ଯେଉଁଥିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ଦୁହେଁ କୌଣସି ପ୍ରଜେକ୍ଟର କାମ ଆରମ୍ଭ କରିସାରିଛନ୍ତି ।

ତେବେ କହିରଖୁଛୁ ଯେ, ଉଭୟ ଅମିତାଭ ଏବଂ ଅଭିଷେକ ପୂର୍ବରୁ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ସେଥିରୁ ଦୁଇଟି ସୁପରହିଟ ଫିଲ୍ମ ହେଉଛି ୨୦୦୫ରେ ରିଲିଜ ହୋଇଥିବା ସରକାର ଏବଂ ବଣ୍ଟି ଔର ବବଲି । ସେହିପରି ୨୦୦୬ ରେ କଭି ଅଲବିଦା ନା କେହେନା, ୨୦୦୮ରେ ସରକାରର ଫିଲ୍ମର ସିକ୍ଵେଲ ସରକାର ରାଜ୍, ୨୦୦୯ରେ ପା’ ଫିଲ୍ମରେ ଏକାଠି ନଜର ଆସିଛନ୍ତି ।

Comments are closed.