Latest Odisha News

BREAKING NEWS

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ କେବିସିରେ ପ୍ରଶ୍ନ କଲେ ବଚ୍ଚନ

ମୁମ୍ବାଇ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ କେବିସିରେ ପ୍ରଶ୍ନ କରିଛନ୍ତି ବିଗ ବି ଅମିତାଭ ବଚ୍ଚନ । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କରୋଡ୍‌ପତି ରେ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ କରିଥିଲ ଅମିତାଭ ବଚ୍ଚନ ।

ପ୍ରତିଯୋଗୀଙ୍କୁ ସେ ପ୍ରଶ୍ନ କରିଥିଲେ  ଗ୍ରେଟ ଆର୍ଟିଷ୍ଟ ସୁଦର୍ଶ ପଟ୍ଟନାୟକ ନିଜ କଳାରେ କଣ ବ୍ୟବହାର କରନ୍ତି?  କେବିସି ହଟ୍‌ସିଟରେ ବସିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାକୁ ନେଇ ପ୍ରତିଯୋଗୀ ଉତ୍ତର ଦେଇଥିଲେ ବାଲି । ସୁଦର୍ଶନଙ୍କୁ ନେଇ ଅମିତାଭ କହିଥିଲେ ଯେ କୈାଣସି ବିଷୟବସ୍ତୁ ହେଉ କି ଯାହା ସମାଚାରରେ ଅଛି ତାକୁ ନେଇ ସୁନ୍ଦର ଭାବେ ସେ ବାଲିରେ କଳାଦେଖାଇଥାନ୍ତି । ବାଲିର ଅନେକ କୀର୍ତ୍ତି ବନାଇଥିବା କହିଥିଲେ ବଚ୍ଚନ ।  2014ରେ ପଦ୍ମଶ୍ରୀ ପାଇଥିଲେ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କ କଳାକୁ ସାରା ବିଶ୍ବ ପ୍ରଶଂସା କରିଥାନ୍ତି  ବୋଲି ବର୍ଣ୍ଣନା କରିଥିଲେ ଅମିତାଭ ବଚ୍ଚନ ।

Comments are closed.