Latest Odisha News

BREAKING NEWS

ଅମିତାଭ ବଚ୍ଚନ ଫ୍ୟାନଙ୍କ ପାଇଁ ଖୁସି ଖବର: କୋଭିଡ୍ ରିପୋର୍ଟ ନେଗେଟିଭ୍ !

ମୁମ୍ୱାଇ: କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅମିତାଭ ବଚ୍ଚନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଅମିତାଭଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କି ନିଜେ ବିଗ୍ ବି ଏଯାଏଁ ବିଧିବଦ୍ଧ ଭାବରେ ସ୍ପଷ୍ଟ କରି ନାହାନ୍ତି ।

ଆଜି ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଅମିତାଭଙ୍କ ପୋଷ୍ଟକୁ ନେଇ ବି ଚର୍ଚ୍ଚା ହେଉଛି । ଯେଉଁଥିରେ ସେ ଭଗବାନଙ୍କୁ ଗୁହାରି କରିବା ଓ ନମସ୍କାର ହେବା ଦୁଇଟି ଫଟୋ ସେୟାର କରିଛନ୍ତି । କ୍ୟାପଟନରେ ଲେଖିଛନ୍ତି ଏହି ଦୁଇ ହାତ ପାପୁଲି ଯୋଡ଼ି ହେଲେ ପୂଜା କହନ୍ତି । ଖୋଲା ରହିଲେ ଦୁଆ (ଭଗବାନଙ୍କୁ ଗୁହାରି) କୁହାଯାଏ । ବଲିଉଡ ମହାନାୟକଙ୍କ ଏହି ସୋସିଆଲ୍ ମିଡିଆ ପୋଷ୍ଟ ପରେ ବି ସେ ସୁସ୍ଥ ହୋଇଥିବା ଚର୍ଚ୍ଚା ହେଉଛି ।

କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଗତ ୧୧ ତାରିଖରୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଭର୍ତ୍ତି ହୋଇଛନ୍ତି । ପରେ ଅମିତାଭଙ୍କ ବୋହୂ ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ ଓ ନାତୁଣି ଆରାଧ୍ୟ ବି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.