Latest Odisha News

ରାଜସ୍ଥାନ ରାଜନୀତି: ସଚିନଙ୍କୁ ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିର ହାଇଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ ରାୟ ଶୁଣାଇ ପାରିବେ ।

ଗୁରୁବାର ଦିନ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ପ୍ରଥମେ ହାଇକୋର୍ଟଙ୍କ ରାୟ ଆସିବାକୁ ଦିଅ,ତା’ପରେ ସୋମବାର ଦିନ ଆଗକୁ ଶୁଣାଣି ହେବ । ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ କପିଲ ସିବଲ ଯୁକ୍ତି କରିଥିଲେ ଯେ, ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କୌଣସି ନିର୍ଣ୍ଣୟ ପୂର୍ବରୁ ବାଚସ୍ପତି ନିଷ୍ପତିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ଆସନ୍ତାକାଲି ୧୯ ବିଧାୟକଙ୍କ ଆବେଦନର ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ଏହାସହ ଜୁଲାଇ ୨୭ରେ ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.