Latest Odisha News

ମିଥୁନଙ୍କ ପୂର୍ବପତ୍ନୀ ତଥା ‘ମର୍ଦ’ ଫିଲ୍ମ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କର ଦେହାନ୍ତ

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କର ଦେହାନ୍ତ ହୋଇଛି । ହେଲେନା ଆମେରିକାରେ ରହୁଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଦେହାନ୍ତ ଖବର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

୧୯୮୫ରେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ରେ ହେଲିନା ଲ୍ୟୁକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା । ହେଲିନାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସେ ମୃତ୍ୟୁର ଦୁଇ ଦିନ ପୂର୍ବରୁ କରିଥିଲେ ଯେଉଁଥିରେ ସେ ଟିକେ ବିବ୍ରତ ଥିବା ପ୍ରକାଶ କରିଥିଲେ ।

ସାରିକାଙ୍କ ସହିତ ବ୍ରେକଅପ୍ ପରେ ମିଥୁନ ହେଲିନାଙ୍କ ପ୍ରେମରେ ପଡିଥିଲେ, ଏହା ପରେ ମିଥୁନ ଚକ୍ରବର୍ତ୍ତୀ ଏବଂ ହେଲେନା ୧୯୭୯ ମସିହାରେ ବିବାହ କରିଥିଲେ । ଉଭୟଙ୍କର ପ୍ରେମ ବିବାହ ଥିଲା, କିନ୍ତୁ ସେମାନଙ୍କର ବିବାହ ଏକ ଖରାପ ମୋଡ଼ ନେଇଥିଲା ଏବଂ ଉଭୟ ଏହି ସଂପର୍କରେ ଅଧିକ ସମୟ ରହିପାରିଲେ ନାହିଁ । ବିବାହର ଚାରିମାସ ପରେ ଦୁହେଁ ଛାଡପତ୍ର ଦେଇ ଅଲଗା ହୋଇଗଲେ । ହେଲିନା ଲ୍ୟୁକ ଦୀର୍ଘ ସମୟ ଧରି ବିଦେଶରେ ରହୁଥିଲେ । ହେଲେନାଙ୍କ ସହ ଛାଡପତ୍ର ପରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ ।

ହେଲିନା ଲ୍ୟୁକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ଦ୍ବାରା ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ଏହି ଚଳଚ୍ଚିତ୍ରରେ ରାଣୀ ହେଲେନା ଭୂମିକାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.