ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ବର୍ତ୍ତମାନ ଅଭିନେତା ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି । ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି ବିଗ୍ ବି । ଗତ ୮ ତାରିଖରେ ବିଗ୍ ବି ନିଜ ଝିଅଙ୍କ ନାଁରେ ଏହି ବଙ୍ଗଳା କରିଥିଲେ । ଏହି ବଙ୍ଗଳାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ବ ହୋଇଥିବା ଜଣାପଡିଛି ।
ଜୁହୁସ୍ଥିତ ଏହି ବଙ୍ଗଳା ୨ଟି ପ୍ଲଟ ଉପରେ ରହିଛି । ଗୋଟିଏ ପ୍ଲଟ ୬୭୪ ସ୍କୋୟାର ମିଟର ଅଞ୍ଚଳରେ ଥିବା ବେଳେ ଅନ୍ୟଟି ୮୯୦.୪୭ ସ୍କୋୟାର ମିଟର ଅଞ୍ଚଳରେ ରହିଛି । ଏହି ଆଲିସାନ ବଙ୍ଗଳା ସମୁଦାୟ ୧୫୬୪ ସ୍କୋୟାର ମିଟରରେ ଥିବା ଜଣାଯାଇଛି । ପ୍ରାୟ ୧୭,୦୦୦ ବର୍ଗଫୁଟ୍ ଜମିରେ ଥିବା ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍ ଚଳିତ ମାସ ୮ ତାରିଖରେ ସାଇନ୍ ହୋଇଥିବା ବେଳେ ୫୦.୬୫ ଲକ୍ଷ ଟଙ୍କା ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟି ଭାବେ ଦିଆଯାଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରତୀକ୍ଷା ବ୍ୟତୀତ ଜୁହୁରେ ଅମିତାଭଙ୍କର ଆଉ ଦୁଇଟି ବଡ ବଙ୍ଗଳା ରହିଛି । ତାହାର ନାଁ ରହିଛି ଜଲସା ଓ ଜନକ । ଅମିତାଭ ଓ ଜୟା ବଚ୍ଚନ ଏବେ ଜଲସାରେ ରହୁଛନ୍ତି । ଏହା ବ୍ୟତୀତ ମଧ୍ୟ ଦୁହିଁଙ୍କର ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକାଧିକ ଘର ରହିଛି ।
Comments are closed.