Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ‘କାନ୍ତାରା ଚାପ୍ଟର-୧’ ର ଫାଷ୍ଟ ଲୁକ? ସୋସିଆଲ ମିଡିଆରେ ତାରିଖ ପୋଷ୍ଟ କଲେ ନିର୍ମାତା

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ଅନେକ ଗୁଡିଏ ଫିଲ୍ମ ମଧ୍ୟରେ ଥିଲା ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ । ରିଷଭଙ୍କ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମର ପାର୍ଟ-୧ର ଏପାର ସଫଳତା ପରେ ଫିଲ୍ମ ନିର୍ମାତା ଏବେ ଫିଲ୍ମର ପ୍ରିକ୍ୱେଲର ଘୋଷଣା କରିଛନ୍ତି । ରିଷଭ ଏବେ କାନ୍ତାରାର ନେକ୍ସଟପାର୍ଟ ର ଘୋଷଣା କରିଛନ୍ତି ଯାହାର ନାଁ ରହିଛି ‘କାନ୍ତାରା ଚାପ୍ଟର-୧’ ।

ଏହି ବିଷୟର ସୂଚନା ନିଜେ ନିର୍ମାତା ରିଷଭ ଶେଟ୍ଟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରିଛନ୍ତି । ଏହାସହ ସେ ଫିଲ୍ମର ଫାଷ୍ଟ ଲୁକର ତାରିଖ ବିଷୟରେ ଜଣାଇଛନ୍ତି । ଏହାର ଫାଷ୍ଟ ଲୁକ ନଭେମ୍ବର ୨୭ ତାରିଖରେ ସାମ୍ନାକୁ ଆସିବ ।

ଏହି ଫିଲ୍ମ ପାଇଁ ଏକ ବୃହତ ଏବଂ ଗ୍ରେଡ୍ ସେଟ୍ ର ନିର୍ମାଣ କରାଯାଉଛି । ଯେଉଁଠାରେ ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀ, ନିର୍ମାତା ବିଜୟ କିରାଗନ୍ଦୁର ଏବଂ ଅନ୍ୟ କଳାକାର ମାନେ ଉପସ୍ଥିତ ରହିବେ । ପୂଜା ପରେ ନିର୍ମାତା ଡିସେମ୍ବରରେ ଫିଲ୍ମ ପାଇଁ ମୁଖ୍ୟ ଫଟୋଗ୍ରାଫି ଆରମ୍ଭ କରିବେ ଏବଂ ଅନ୍ୟ କଳାକାର ମାନଙ୍କ ବିଷୟରେ ମଧ୍ୟ ଠିକ୍ ସମୟରେ ଘୋଷଣା କରାଯିବ ।

ନିକଟରେ ‘କାନ୍ତାରା’ ୧୦୦ ଦିନର ସଫଳତା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ରିଷଭ ଶେଟ୍ଟୀ ଅଂଶଗ୍ରହଣ କରିଥିଲେ । ଏହି ବିଶେଷ ଅବସରରେ ଋଷଭ ଶେଟ୍ଟୀ ‘କାନ୍ତାରା-୨’ର ସ୍କ୍ରିପ୍ଟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ‘କାନ୍ତାରା ପାର୍ଟ-୨’ର କାହାଣୀ ଏକ ସିକ୍ୱେଲ ନୁହେଁ, ବରଂ ଏକ ପ୍ରିକ୍ୱେଲ ହେବ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.