Latest Odisha News

BREAKING NEWS

ଫିଲ୍ମ ଜଗତରୁ ଅବସର ନେବେ ଅମିତାଭ ବଚ୍ଚନ !

ମୁମ୍ବାଇ: ପ୍ରାୟ ୫ ଦଶନ୍ଧିରୁ ବଲିଉଡରେ ରାଜ କରୁଥିବା ବିଗ୍ ବି’ ଅମିତାଭ ବଚ୍ଚନ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରୁ ଅବସର ନେଇପାରନ୍ତି । ଏନେଇ ନିଜ ବ୍ଲଗରେ ସେ ସଙ୍କେତ ଦେଇଛନ୍ତି ।

ନିଜ ଅଫିସିଆଲ୍ ବ୍ଲଗରେ ଅମିତାଭ ଲେଖିଛନ୍ତି, “ମୋତେ ଏବେ ଅବସର ନେବାକୁ ପଡିବ…ମୁଁ ମୁଣ୍ଡ କିଛି ଭାବୁଛି, ଆଉ ମୋ ହାତ ଆଙ୍ଗୁଠି ଭିନ୍ନ କିଛି ଭାବୁଛି । ବୋଧେ ମୋ ଶରୀର ମୋତେ କିଛି ସଙ୍କେତ ଦେଉଛି” ।

ଏହି ବ୍ଲଗ୍ ଅମିତାଭ ୨୦୧୯ ନଭେମ୍ବର ୨୮ ତାରିଖ ତଥା ତାଙ୍କ ଦିବଙ୍ଗତ ବାପା ହରିବଂଶ ରାୟ ବଚ୍ଚନଙ୍କ ଜନ୍ମଦିନ ଅବସରରେ ଲେଖିଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ସୋସିଆଲ୍ ମିଡିଆରେ ବିଗ୍ ବି’ ଏଭଳି ସଙ୍କେତ ଦେଇଥିବା ବେଳେ ନିକଟ ଅତୀତରେ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କ ହାତରେ ପାଖାପାଖି ୬ଟି ଫିଲ୍ମ ରହିଥିବା ବେଳେ ସେ ଏବେ ଫିଲ୍ମ ‘ବହ୍ମାସ୍ତ୍ର’ର ସୁଟିଂ ଲାଗି ମନାଲିରେ ଅଛନ୍ତି ।

ଏହି ଫିଲ୍ମରେ ବିଗ୍ ବି’ଙ୍କ ସମେତ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅୟାନ୍ ମୁଖାର୍ଜୀ ।

ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ୧୯୬୯ରେ ‘ସାତ ହିନ୍ଦୁସ୍ତାନୀ’ରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିବା ବେଳେ ତାଙ୍କର ସୁପରହିଟ ଚଳଚ୍ଚିତ୍ର ମଧ୍ୟରେ ସୋଲେ, ସେହେନଶାହ, କାଲିଆ, ଡନ୍, ଅଗ୍ନିପଥ, ସୁରିୟବଂଶମ୍, ଦିୱାର, ଲାୱାରିସ୍, କଭି ଖୁସି କଭି ଗମ୍ ରହିଛି ।

Leave A Reply

Your email address will not be published.