Latest Odisha News

BREAKING NEWS

ଜାଣନ୍ତୁ, କେଉଁ ୨ଦିନ ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ୍

ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ପରିବର୍ତ୍ତିତ ରୁଟରେ ଚଳାଚଳ କରିବ । ମୋଗଲସରାଇ ଡିଭିଜନ ନିକଟ ବାବୁଆ ଷ୍ଟେସନରେ ଜାରି ରହିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରେଳବାଇ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିି ଅନୁଯାୟୀ, ଏହି ୨ ଦିନ ଲାଗି ପରିବର୍ତ୍ତିତ ରୁଟ୍ ଟାଟା-ମୁରୀ-ବର୍କକନା-ଗରୱା ରୋଡ୍-ଚୋପନ-ଚୁନାର ରେଳ ଷ୍ଟେସନ୍ ଦେଇ ଚଳାଚଳ କରିବ । ଚାନ୍ଦଲି-ପୁରୁଲିଆ-ବୋକାରେ ଷ୍ଟିଲ୍ ସିଟି-ଚନ୍ଦ୍ରାପୁରା-ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍ ଗୋମେ-ପାରସନାଥ-ହଜାରୀବାଗ-କୋଡର୍ମା-ପାହାଡପୁର-ଗୟା-ଅନୁଗ୍ରହ ଏନ୍ ରୋଡ୍-ଦେହରି ଅନ୍ ସୋନ୍-ସାସାରାମ୍-ଭବୁଆ ରୋଡ୍-ପିଟି. ଦିନଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ଦେଇ ଚଳାଚଳ କରିବ ନାହିଁ।

Leave A Reply

Your email address will not be published.