Latest Odisha News

BREAKING NEWS

ଅଙ୍ଗଦାନ କରିବେ ଅମିତାଭ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିଗ୍ ବି । ବଲିଉଡର ମହାନାୟକ ଅମିତାଭ ବଚ୍ଚନ କରିବେ ଅଙ୍ଗଦାନ । ଏନେଇ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ।

ଅମିତାଭ ବଚ୍ଚନ ଏକ ଟ୍ୱିଟ କରି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି । ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, “ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି । ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଛି ।” ଅମିତାଭଙ୍କ ଟ୍ୱିଟରେ ଅନେକ ପ୍ରଶଂସକ ଜବାବ ଦେଇଛନ୍ତି । ଏହାସହ ଅନେକ ଲୋକ ନିଜର ଅର୍ଗାନ ଡୋନର ସାର୍ଟିଫିକେଟ ସେୟାର କରିଛନ୍ତି । ଆଉ କିଛି ପ୍ରଶଂସକ ଅମିତାଭଙ୍କ ପଦାନୁସରଣ କରି ଅର୍ଗାନ୍ ଡୋନେଟ୍ କରିବାକୁ କହିଛନ୍ତି ।

କରୋନାରୁ ସୁସ୍ଥ ହେବା ପରେ ଅମିତାଭ ଏବେ କେବିସି -୧୨ ସିଜିନ୍‌ ହୋଷ୍ଟ କରୁଛନ୍ତି।  ଏହି ସୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରତି ବର୍ଷ ଖୁବ୍‌ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଏଥର କିନ୍ତୁ ପରିସ୍ଥିତି ଟିକେ ଭିନ୍ନ ରହିଛି। କରୋନା ମହାମାରୀ ଯୋଗୁ ଏଥର ସୋ’ରେ ଦର୍ଶକଙ୍କ ଅନୁପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଅଡିଅନ୍ସ ପୋଲ୍‌କୁ ମଧ୍ୟ ହଟାଇ ଦିଆଯାଇଛି।

Leave A Reply

Your email address will not be published.