Latest Odisha News

BREAKING NEWS

ଅନୁରାଗ କଶ୍ୟପ ହାଜର ହୋ… ସମନ୍ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ୍ । ଆସନ୍ତାକାଲି ସକାଳ ୧୧ଟାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି । ମୁମ୍ୱାଇର ଭରଶୋଭା ଥାନାରେ ହାଜର ହେବେ ଅନୁରାଗ କଶ୍ୟପ । ତାଙ୍କର ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପାୟଲ ଘୋଷ ।

ପାୟଲ ଘୋଷ ଅଭଯୋଗ କରିଥିଲେ ସାତ ବର୍ଷ ତଳେ ୨୦୧୩ ମସିହାରେ ଅନୁରାଗ କଶ୍ୟକ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ । ଏନେଇ ସେ ଗତ ସେପ୍ଟେମ୍ବର ୨୨ ତାରିଖରେ ମୁମ୍ବାଇ ଭରଶୋଭା ଥାନାରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଏତଲା ଦେଇଥିଲେ ।

ଅଭିଯୋଗକୁ ଖଣ୍ଡନ କରିଥିଲେ ଅନୁରାଗ କଶ୍ୟମ । କହିଥିଲେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ସେପଟେ ପାୟଲ ଘୋଷ ସୋମବାର ଆରପିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଥଓ୍ୱାଲେଙ୍କୁ ଭେଟିଥିଲେ । ଏହାପରେ ଏକ ପ୍ରେସମିଟରେ ଅନୁରାଗ କଶ୍ୟପଙ୍କ ଗିରଫ ଦାବି କରିଥିଲେ ଅଥଓ୍ୱାଲେ ।

Leave A Reply

Your email address will not be published.