Latest Odisha News

BREAKING NEWS

କେବେ ନିର୍ମିତ ହୋଇନି, ହେଲେ ଫିଲ୍ମର ପୋଷ୍ଟର ସେୟାର କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମହାନ ଅଭିନେତା ତଥା ବ୍ୟକ୍ତିତ୍ୱ । ଏହି ଉକ୍ତିକୁ ଭବିଷ୍ୟତରେ କେବେ ବି ଅଣଦେଖା କରାଯାଇପାରେନା । କ୍ୟାରିୟର ଆରମ୍ଭରୁ ସେ ସଫଳତାର ସହ ଆଗେଇ ଚାଲିଛନ୍ତି । ହେଲେ ଆଜି ଅତୀତରେ ଅନ୍ୟ କାହାର ବିଫଳତାକୁ ସେ ଏକ ଫଟୋ ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି ।

ଆଜି ବି ସଫଳତା ତାଙ୍କର ଛାଇ ଭାବେ ପ୍ରତୀୟମାନ ହୁଏ । ଏହି ମହାନ୍ ଅଭିନେତା ଜଣକ ସମୟ ସହ ନିଜକୁ ଢଳାଇପାରିଛନ୍ତି । ବୋଧ ହୁଏ ସେଥିପାଇଁ ଆଜିର ଦିନରେ ଫିଲ୍ମ ହେଉ କି ସୋସିଆଲ୍ ମିଡିଆ । ସବୁଠୁ ସେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ନିଜ ପୁରୁଣା ଦିନକୁ ମନେ ପକାଇ ମେଗାଷ୍ଟାର ଅମିତାଭ ଆଜି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫଟୋଟି ଏକ ଫିଲ୍ମର ପୋଷ୍ଟର ହୋଇଥିଲେ ହେଁ, ତାହା କେବେ ନିର୍ମାଣ ହୋଇନଥିଲା । ଫଟୋ ସୁଟ୍ ପରେ ହିଁ ଫିଲ୍ମର ନିର୍ମାଣ ବନ୍ଦ ହୋଇଥିବା ନେଇ ଖୋଦ ଅମିତାଭ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.