Latest Odisha News

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କ ରଣକୌଶଳ ବୁଝିପାରୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ଓ ରଣକୌଶଳ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋ ମତରେ ଖରାପ କ୍ୟାପଟେନଶିପ ଯୋଗୁ ଆମେ ହାରିଲୁ । ଯଶପ୍ରୀତ ବୁମରାଙ୍କ ଭଳି ବୋଲରଙ୍କୁ ପ୍ରଥମରୁ ମାତ୍ର ୨ ଓଭର ପରେ ହଟୋଇନେବା ନିଶ୍ଚିତ ଭାବେ ଭୁଲ ପଦକ୍ଷେପ । ଏହା ଟି୨୦ କ୍ରିକେଟ ନୁହେଁ ।

ସେ ପ୍ରଥମରୁ ଯେତେ ଅଧିକ ଓଭର ବୋଲିଂ କରିବେ ଉଇକେଟ ହାସଲ ସମ୍ଭାବନା ରହିବ । ଦ୍ୱିତୀୟ ଦିନିକିଆରେ ଭାରତ ୫୧ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ସିରିଜ ହାତଛଡା କରିଛି । ଅନ୍ତିମ ଦିନିକିଆରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.