Latest Odisha News

‘ମୋତେ ଅଲୁ ଅର୍ଜୁନଙ୍କ ସହ ତୁଳନା କର ନାହିଁ’: ରାଗି ଗଲେ କି ଅମିତାଭ, କାହିଁକି କହିଲେ ଏମିତି …

ମୁମ୍ବାଇ: ଗତ କିଛି ଦିନ ହେବ ପୁଷ୍ପା ୨ ଏବଂ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି l ପୁଷ୍ପା ୨ର ସଫଳତାଠୁ ଆରମ୍ଭ କରି ଅଲୁଙ୍କ ଗିରଫ ପର୍ଯ୍ୟନ୍ତ ସବୁଠି ଏହି ଗୋଟିଏ ଚର୍ଚ୍ଚା l ଏହାରି ଭିତରେ କୌନ ବନେଗା କରୋଡପତି – ୧୬ ଶେଷ ଅଧ୍ୟାୟରେ ଜଣେ ପ୍ରତିଯୋଗୀ ପୁଷ୍ପ ୨ ତାରକାଙ୍କୁ ନେଇ ଚର୍ଚ୍ଚା କରିଥିଲେ l ଏହାର ଉତ୍ତରରେ ହୋଷ୍ଟ ଅମିତାଭ ବଚ୍ଚନ କହିଥିଲେ ଯେ, ମୋତେ ତାଙ୍କ ସହ ତୁଳନା କର ନାହିଁ l ତେବେ ସେ ରାଗିକି ନୁହେଁ ବରଂ ଅଲୁ ଅର୍ଜୁନଙ୍କ ପ୍ରତିଭାକୁ ପ୍ରଶଂସା କରି କହିଥିଲେ l ଏପରିକି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହାଁନ୍ତି ସେମାନଙ୍କୁ ପୁଷ୍ପା ୨ ଦେଖିବା ପାଇଁ କହିଛନ୍ତି ଅମିତାଭ l ଶୋ’ରେ କୋଲକାତାର ଜଣେ ପ୍ରତିଯୋଗୀ ଅମିତାଭ ବଚ୍ଚନ ଏବଂ ଅଲୁ ଅର୍ଜୁନଙ୍କୁ ପ୍ରଶଂସା କରିଛନ୍ତି ।

ବାସ୍ତବରେ ଶୋ’ରେ ପ୍ରତିଯୋଗୀ ଜଣଙ୍କ କହିଥିଲେ ଯେ, “ସାର୍, ମୁଁ ଅଲୁ ଅର୍ଜୁନ ଏବଂ ଆପଣଙ୍କର ବହୁତ ବଡ ଫ୍ୟାନ l ଏହାର ଉତ୍ତରରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ମୋର ନାମ ଯୋଡିବାରେ ଏବେ କୌଣସି ଫରକ ପଡ଼ିବନି l” ସେପଟେ ଅଲୁ ଅର୍ଜୁନଙ୍କୁ ପ୍ରଶଂସା କରି ଅମିତାଭ କହିଛନ୍ତି ଯେ, “ଅଲୁ ଅର୍ଜୁନ ଜଣେ ପ୍ରତିଭାବାନ ଅଭିନେତା, ଏବଂ ତାଙ୍କୁ ଯେଉଁ ପରିଚୟ ମିଳିଛି ତାହା ପାଇବାକୁ ସେ ଯୋଗ୍ୟ ଅଟନ୍ତି। ମୁଁ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ ଅଟେ। ନିକଟରେ ତାଙ୍କର ଚଳଚ୍ଚିତ୍ର (ପୁଷ୍ପା ୨: ଦି ରୁଲ) ମୁକ୍ତିଲାଭ କରିଥିଲା l ଯଦି ଆପଣମାନେ ଏପର୍ଯ୍ୟନ୍ତ ଏହି ଫିଲ୍ମ ଦେଖି ନାହାଁନ୍ତି ତେବେ ତୁରନ୍ତ ଯାଇ ଏହି ଫିଲ୍ମ ଦେଖନ୍ତୁ l କିନ୍ତୁ ମୋର ତୁଳନା ତାଙ୍କ ସହ କର ନାହିଁ l ”

ତେବେ ଦୁଇ କଳାକାରଙ୍କ ମଧ୍ୟରେ ସମାନତା ଅଛି ବୋଲି ପ୍ରତିଯୋଗୀ ଜଣଙ୍କ କହିଛନ୍ତି। ସେ କହିଛନ୍ତି ଯେ, “ଆପଣ ଦୁହିଁଙ୍କର ଏଣ୍ଟ୍ରି ଅବିଶ୍ୱସନୀୟ ଅଟେ, ଆପଣ ଦୁହିଁଙ୍କର ଶୈଳୀରେ ବହୁତ ସମାନତା ଅଛି l ଏପରିକି ଆପଣଙ୍କ ସ୍ୱରରେ ମଧ୍ୟ ବହୁତ ସମାନତା ଥିବା ପରି ମୋତେ ଲାଗେ l ଆପଣଙ୍କୁ ଭେଟିବାର ସ୍ୱପ୍ନ ଏବେ ମୋର ସାକାର ହୋଇଛି। ବର୍ତ୍ତମାନ ମୁଁ ଅଲୁ ଅର୍ଜୁନଙ୍କୁ ଭେଟିବାକୁ ଚାହୁଁଛି। ”

ତେବେ କହିରଖୁଛୁ ଯେ, ପୁଷ୍ପା ୨ର ପ୍ରମୋସନ ବେଳେ ଯେତେବେଳେ ଅଲୁ ଅର୍ଜୁନଙ୍କୁ ପଚରାଯାଇଥିଲା ଯେ ସେ କେଉଁ ବଲିଉଡ ଅଭିନେତାଙ୍କ ଠାରୁ ପ୍ରେରଣା ପାଆନ୍ତି ବୋଲି ସେତେବେଳେ ସେ କହିଥିଲେ ଯେ, ଅମିତାଭ ବଚନ ସାରଙ୍କ ଠାରୁ ମୁଁ ଅଧିକ ପ୍ରେରଣା ପାଇଛି l ମୁଁ ତାଙ୍କ ଚଳଚ୍ଚିତ୍ର ଦେଖି ଦେଖି ବଡ ହୋଇଛି l ଗୋଟେ ଭାଷାରେ କହିବାକୁ ଗଲେ ମୁଁ ତାଙ୍କର ବହୁତ ବଡ଼ ପ୍ରଶଂସକ l

Leave A Reply

Your email address will not be published.