Latest Odisha News

BREAKING NEWS

ଦିଲ୍ଲୀ ପୈତୃକ ଘର ‘ସୋପାନ’କୁ ୨୩ କୋଟି ଟଙ୍କାରେ ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ

ଦିଲ୍ଲୀ : ଘର ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ । ଦିଲ୍ଲୀ ଗୁଲମୋହର ପାର୍କ ସ୍ଥିତ ପୈତୃକ ବାସ ଭାବନ ‘ସୋପାନ’ କୁ ବିଗ୍ ବି ଅମିତାଭ୍ ବଚ୍ଚନ ବିକ୍ରି କରିଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ପ୍ରାୟ ୨୩ କୋଟି ଟଙ୍କାରେ ଅମିତାଭ ବଚ୍ଚନ ଘରକୁ ବିକ୍ରି କରିଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ବଚ୍ଚନଙ୍କ ପିତାମାତା ତେଜି ବଚ୍ଚନ ଏବଂ ହରିଭାନଶ ରାୟ ବଚ୍ଚନ ଏହି ବଙ୍ଗଳାରେ ରହୁଥିଲେ ।

ହେଲେ ଏହି ସମ୍ପତ୍ତିକୁ ଏବେ ନେଜନ ଗ୍ରୁଫର ସିଇଓ ଅବୀନ ବଦର୍ କିଣିଛନ୍ତି । ଅବୀନ ବଚ୍ଚନଙ୍କ ପରିବାରର ଜଣାଶୁଣା ଲୋକ ।ସେ ଦୀର୍ଘ ୩୫ ବର୍ଷ ହେବ ବଚ୍ଚନଙ୍କ ପରିବାରକୁ ଜାଣଇଛନ୍ତି । ଏହି ଘର ୪୧୮.୦୫ ବର୍ଗ ମିଟର ବିଶିଷ୍ଟ ଅଟେ । ଘର ସୋପାନକୁ ବଚ୍ଚନଙ୍କ ତାଙ୍କ ବ୍ଲଗରେ ଅନେକ ଥର ସେୟାର କରିଛନ୍ତି ।

ଅମିତାଭ୍ ବଚ୍ଚନଙ୍କ ପରିବାର ଏହି ସୋପାନ ଥିଲା ପ୍ରଥମ ଘର ।ଅମିତାଭଙ୍କ ବହୁତ ସ୍ମ୍ମୃତି ମଧ୍ୟ ଏହି ଘର ସହିତ ଜଡିତ ଅଛି । ହେଲେ ବିଗ୍ ବି ଅମିତାଭ୍ ଏବେ ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି ।

Comments are closed, but trackbacks and pingbacks are open.