Latest Odisha News

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଘଟଣା । ଭିଡିଓରେ ଜଣେ ପୋଲିସ କର୍ମଚାରୀ ବୃଦ୍ଧାଙ୍କୁ ଲାତ ମାରିବାରେ ସ୍ପଷ୍ଟ ଦେଖାଯାଇପାରେ । ବୃଦ୍ଧ ଜଣକ ହାତ ଯୋଡି ନେହୁରା ହୋଇଥିଲେ ବି, ଯୁବ ପୋଲିସ ଜଣକ କିନ୍ତୁ ଲାତ ମାରିବାକୁ ପଛାଇନଥିଲେ । ଗତମାସ ୨୯ ତାରିଖରେ ବନ୍ଦା ଜିଲ୍ଲାରେ ଏହି ଘଟଣା ଘଟିଥିବା ସୂଚନା ରହିଛି ।

ଏହି ଘଟଣାକୁ ନେଇ ପୂର୍ବତନ ଆଇପିଏସ୍ ଅଫିସର୍ ଆର.କେ ଭିଜ୍ ତଦନ୍ତ କରିବା ସହ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.