Latest Odisha News

BREAKING NEWS

ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରକାଶ ପାଇବା ପରେ ଶେଷରେ ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କରିଛନ୍ତି ବିଗ୍ ବି ।

ମେଗାଷ୍ଟାରଙ୍କ ଅନୁଯାୟୀ ସେ ଏକ ବିଜ୍ଞାପନ ଏଜେନ୍ସି ସହ ଚୁକ୍ତି କରିଥିଲେ । ହେଲେ ତାଙ୍କର ଫଟୋକୁ ଆଡ୍ ଏଜେନ୍ସି ପାନ ମସଲା ବ୍ରାଣ୍ଡ ସହ ଯୋଡିବା ନେଇ ସେ ଜାଣିନଥିଲେ । ପରେ ଜାତୀୟ ଟବାକୋ ବିରୋଧୀ ସଂସ୍ଥାର ସଭାପତି ଶେଖର ସଲକାର ପାନ ମସଲା ବିଜ୍ଞାପନରେ ଓହରିଯିବାକୁ ଅମିତାଭଙ୍କୁ ଅନୁରୋଧ କରିଥିଲେ । ପାନ ମସଲା ବିଜ୍ଞାପନ ଯୁବାବର୍ଗଙ୍କୁ ବିମୁଖଗାମୀ କରୁଥିବା ଅନୁଭବ କରି ଶେଷରେ ଚୁକ୍ତି ବାତିଲ କରିବା ସହ ସମସ୍ତ ଟଙ୍କା ମଧ୍ୟ ସେ ଫେରାଇଦେଇଥିବା ଜଣାପଡିଛି ।

ମେଗାଷ୍ଟାର ଅମିତାଭଙ୍କୁ ବାଦ୍ ଦେଲେ କିଙ୍ଗ ଖାନ ଶାହରୁଖ, ଅଜୟ ଦେବଗନ, ରଣବୀର ସଂ ଓ ହ୍ରିତିକ ରୋଶନଙ୍କ ଭଳି ସୁପରଷ୍ଟାର ବିଭିନ୍ନ ପାନ ମସଲା ବ୍ରାଣ୍ଡର ବିଜ୍ଞାପନ ସହ ଜଡିତ ।

Leave A Reply

Your email address will not be published.