Latest Odisha News

BREAKING NEWS

ବାଦୁଡି ସମ୍ପର୍କରେ ଅଜବ ଟ୍ୱିଟ କରି ପୁଣି ଥରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ଭୁବନେଶ୍ୱର: ବଲିଉଡର ମହାନାୟକ ଅମିତାଭଙ୍କର କିଛି ବିଚିତ୍ର ଟ୍ୱିଟ୍ ପରେ ଲାଗୁଛି ଯେ ଆଜିକାଲି ପ୍ରଶଂସକ ତାଙ୍କ ଉପରେ ଖୁସି ନୁହଁନ୍ତି।

ନିଜର ଏକ ଅଜବ ଟ୍ୱିଟ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ବିଗ-ବି ।

କିମ୍ବଦନ୍ତୀ ଅଭିନେତା ଅମିତାଭ ତାଙ୍କ ଘରେ ପ୍ରବେଶ କରିଥିବା ଏକ ବାଦୁଡି ସମ୍ପର୍କରେ ଅଜବ ଟ୍ୱିଟ କରି ଟ୍ରୋଲ ହୋଇଛନ୍ତି।

ଅମିତାଭ ପୋଷ୍ଟ କରିଥିଲେ ଯେ, ତାଙ୍କ ଘର ଜଲସା ମଧ୍ୟକୁ ଏକ ବାଦୁଡି ପଶି ଆସିଥିଲା, ବହୁତ ଚେଷ୍ଟା ପରେ ସେ ବାହାରକୁ ବାହାରିଛି । ଟ୍ୱିଟକୁ ଟିକିଏ ମଜଳିଆ କରିବା ପାଇଁ ସେ ଲେଖିଥିଲେ ଯେ ‘କରୋନା ପିଛା ହିଁ ଛାଡ଼ୁନି’ ।

ତେବେ ଅମିତଭଙ୍କର ବାଦୁଡି ପ୍ରତି ଏଭଳି ଦୃଷ୍ଟି ଭଙ୍ଗୀକୁ ନିନ୍ଦା କରିଛନ୍ତି ପ୍ରଶଂସକ । ବାଦୁଡି ମାନଙ୍କ ପ୍ରତି ସମ୍ବେଦନହୀନତା ଯୋଗୁଁ ଅମିତାଭଙ୍କୁ ସେମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

Leave A Reply

Your email address will not be published.