Latest Odisha News

BREAKING NEWS

ଯେତେବେଳେ ଭାଙ୍ଗ ନିଶାରେ ଫିଲ୍ମ ଦେଖିବାକୁ ଯାଉଥିଲେ ଅମିତାଭ, ଆଉ ତା’ପରେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ତାଙ୍କର ୮୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅମିତାଭ ବଚ୍ଚନଙ୍କ ଜନ୍ମଦିନ ‘କୌନ ବନେଗା କରୋଡପତି’ ଶୋ’ ସେଟରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଏହି ଅବସରରେ ଶୋ’ର ଏକ ପ୍ରୋମୋ ରିଲିଜ କରାଯାଇଛି।

ଏକ ପ୍ରୋମୋରେ ଅମିତାଭ ବଚ୍ଚନ ତାଙ୍କ ଜୀବନ ଏକ ମଜାଳିଆ କାହାଣୀ କହୁଥିବା ନଜର ଆସିଛନ୍ତି। ଅମିତାଭ କହୁଛନ୍ତି ଯେ ଥରେ ସେ ଭାଙ୍ଗ ନିଶାରେ ଥିଲା ବେଳେ ତାଙ୍କୁ ପୋଲିସ୍ ଅଟକାଇଥିଲା।

ଅମିତାଭ କହିଛନ୍ତି ଯେ ଏକଦା ହୋଲି ଅବସରରେ ସେ ଏବଂ ତାଙ୍କ ସାଙ୍ଗମାନେ ଭଙ୍ଗ ମିଶା ପାମ୍ପଡ ଖାଇଦେଇଥିଲେ। ଏହା ପରେ ସେମାନେ ସମସ୍ତେ ଫିଲ୍ମ ଦେଖିବାକୁ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ପରେ ସେମାନେ ସମସ୍ତେ ଗାଡିରେ ବସିଥିଲେ।

“ଆମେ ଗାଡି ଚଳାଉଥିଲୁ ଏବଂ ଅନୁଭବ କଲୁ ଯେ ବିଳମ୍ବ ହେଉଛି, ଆମେ ଗାଡି ଖୁବ୍ ଜୋରରେ ଦୌଡାଇଥିଲୁ। କିଛି ସମୟ ପରେ ଆମେ ଦେଖିଲୁ ଯେ ପୋଲିସ ଆମ ପାଖକୁ ଆସୁଛି। ଆମେ କହିଲୁ ବିଳମ୍ବ ହେଉଥିବାରୁ ଗାଡି ସ୍ପିଡ ରେ ଚଳାଉଛୁ। ପୋଲିସ୍ ମୋତେ ଅନାଇ କହିଲା, ଆଗ ଗାଡିରେ ଗିୟର ଦିଅ। ପରେ ଅମିତାଭ ଅନୁଭବ କଲେ ଯେ ସେ ଗିୟର ଲଗାଇବାକୁ ଭୁଲି ଯାଇଛନ୍ତି।

Comments are closed.