Latest Odisha News

BREAKING NEWS

ଭାରତ-ପାକ ମ୍ୟାଚ ଉପଭୋଗ କରିବେ ଅମିତାଭ, ରଜନୀକାନ୍ତ, ସଚିନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ୧୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ଉପଭୋଗ କରିବା ପାଇଁ ଷ୍ଟାଡିୟମକୁ ଆସିବେ ବୋଲି ଜଣାପଡିଛି । ଲୋକପ୍ରିୟ ଗାୟକ ଅରଜିତ ସିଂ ମ୍ୟାଚ ଅବସରରେ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ଊଦଘାଟନୀ ଉତ୍ସବରେ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇ ନ ଥିବାରୁ ବିିସିସିଆଇ ଏହି ମ୍ୟାଚ ମାଧ୍ୟମରେ ପ୍ରଶଂସକଙ୍କୁ ମନୋରଞ୍ଜନ ଖୁରାକ ଯୋଗାଇବା ପାଇଁ ଉଦ୍ୟମ କରୁଛି ।

ପୂର୍ବରୁ ଉଦଘାଟନୀ ଉତ୍ସବରେ ରଣବୀର ସିଂ, ତମନ୍ନା ଭାଟିୟା, ଆଶା ଭୋଁସଲେ, ଅରଜିତ ସିଂ ଓ ଶ୍ରେୟା ଘୋଷାଲ ଅଂଶଗ୍ରହଣ କରିବେ ବୋଲି ଖବର ପ୍ରକାଶ ପାଇଥିଲା । ମାତ୍ର ସେ ଭଳି କିଛି ହୋଇ ନ ଥିଲା । ଭାରତ ଚଳିତ ବିଶ୍ୱକପରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି ।

Comments are closed.