ମୁମ୍ବାଇ: ମେଗା ଷ୍ଟାର ଅମିତାଭ ବଚ୍ଚନ ଅଭିନୀତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଝୁଣ୍ଡର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅମିତାଭ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଝୁଣ୍ଡର ପୋଷ୍ଟର ଶେୟାର କରି ସେ ଲେଖିଛନ୍ତି ଆମ ଟିମ ଆସୁଛି, ପ୍ରସ୍ତୁତ ରହୁନ୍ତୁ । ଝୁଣ୍ଡ ୪ ମାର୍ଚ୍ଚ ୨୦୨୨ରେ ରିଲିଜ ହେବ । ନାଗରାଜ ପୋପଟରାଓ ମଂଜୁଲେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ବିଗ ବି ସ୍ଲମ ସକ୍କର ସଂସ୍ଥାପକ ବିଜୟ ବରସେଙ୍କ ଭୂମିକା କରୁଛନ୍ତି । କିପରି ବସ୍ତି ଏବଂ ତଳିଆ ଅଂଚଳରେ ରହୁଥିବା ଯୁବକମାନଙ୍କୁ ଫୁଟବଲ ପ୍ରଶିକ୍ଷଣ ଦେବା ସହ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ସେ ଶିକ୍ଷା ଦେଇଥିଲେ ତାହା ଏହି ଫିଲ୍ମର ବିଷୟବସ୍ତୁ ।
Comments are closed.