ଭୁବନେଶ୍ୱର: ଅମ୍ଲାନ ଦାସ ନିଜର ଅପକମିଂ ଚଳଚ୍ଚିତ୍ର ‘ଗୁପଚପ୍’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମଟି ‘ରଜ’ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି।
ନିର୍ଦ୍ଦେଶକ ପ୍ରୀତିରାଜ ପଟ୍ଟନାୟକ ଏହି ସିନେମାରେ ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି।
‘ଗୁପଚପ୍’ରେ ସନମିରା ନାଗେଶ, ପପୁ ପମ୍ ପମ୍ ଏବଂ ଶୈଲେନ୍ଦ୍ର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ଅନ୍ୟାନ୍ୟ ଭୂମିକାରେ ଅନନ୍ୟା ମିଶ୍ର, ଅରୋସିଖା ମିଶ୍ର, ହିମାଗ୍ନି ଦତ୍ତ, ଅଶ୍ୱିନ୍ ରାୟ ମହାପାତ୍ର, ଅଭିନବ ଏବଂ ଶୈଲେନ୍ଦ୍ର ସାମନ୍ତରାୟ ରହିଛନ୍ତି।
‘ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକ୍ଚର୍’ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟିରେ ପ୍ରେମ, ଆକ୍ସନ୍ ଏବଂ ଡ୍ରାମା ଭରପୁର ରହିଛି।
ମାନସ ପଢିଆରୀ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଅଭିଜିତ ମଜୁମଦାର ସଂଗୀତ ରଚନା କରିଛନ୍ତି।
ଅନିକେତ ଦାସ ଏବଂ ସଂଘମିତ୍ରା ମହାନ୍ତି ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।
Comments are closed.