Latest Odisha News

BREAKING NEWS

ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର

ଯୋଧପୁର: ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି । ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ସହ ଟ୍ରେଲରର ଧକ୍କା ହୋଇଥିଲା ।

ଦୁର୍ଘଟଣାଗ୍ରସ୍ତ ମିନି ବସଟି କିଛି ପର୍ଯ୍ୟଟକଙ୍କୁ ନେଇ ଦିଲ୍ଲୀରୁ ଜୟସାଲେମର ଯାଉଥିଲା । ଆଜି ସକାଳେ ଫଲୌଦି ନିକଟରେ ଟ୍ରେଲର ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ସମେତ ୫ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.