ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ୍ ଥାନା ପାରଦ୍ୱୀପଗଡ ପ୍ଲାଣ୍ଟରେ ଅଘଟଣ। ଏଠାରେ ଥିବା ଆଇସ୍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୪ଜଣ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ଖବର ପାଇ ପାରାଦ୍ୱୀପ ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦମକଳ ବାହିନୀ ପହଞ୍ଚି ପାଣି ସିଞ୍ଚନ କରୁଛନ୍ତି। ଲିକେଜ୍ ପରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି ।
ଗ୍ୟାସ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଖି ଓ ନାକ ପୋଡ଼ୁଥିବା ସୂଚନା ମିଳିଛି। କମ୍ପାନୀର ହୋଷ୍ଟ ପାଇପ ଫାଟିବାରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା।
Comments are closed.