Latest Odisha News

BREAKING NEWS

ଫିଲ୍ମ ‘ସାଇନା’ ପାଇଁ ପ୍ରଥମ ପସନ୍ଦ ନଥିଲେ ପରିଣୀତି

ମୁମ୍ବାଇ: ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସାଇନା’ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ମାର୍ଚ୍ଚ ୨୬ରେ ପ୍ରେକ୍ଷାଳୟକୁ ଆସିବ।

କିନ୍ତୁ ଆପଣ ଜାଣନ୍ତି କି ଏହି ଚରିତ୍ର ପାଇଁ ପରିଣୀତି ପ୍ରଥମ ପସନ୍ଦ ନଥିଲେ। ଏହାପୂର୍ବରୁ ଶ୍ରଦ୍ଧା କପୁର ଏହି ଫିଲ୍ମରେ ଅଭିନୟ ପାଇଁ ସାଇନ୍‌ କରିଥିଲେ। ଏପରିକି ସେ ତାଙ୍କ ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାସହ ବ୍ୟାଡମିଣ୍ଟନ ଚାମ୍ପିୟନ ସାଇନାଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ପରେ ଏଥିରେ ପରିବର୍ତ୍ତନ ହୋଇଥିଲା ପରିଣୀତି ଶ୍ରଦ୍ଧାଙ୍କ ସ୍ଥାନ ନେଇଥିଲେ।

ନିକଟରେ ଏକ ସାକ୍ଷାତକାରରେ ଆମୋଲ ଗୁପ୍ତା ଶ୍ରଦ୍ଧା କପୁର କାହିଁକି ଚାଲିଗଲେ ସେ ବିଷୟରେ ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ଯେ, ପରେ ଶ୍ରଦ୍ଧା କପୁର ଡେଙ୍ଗୁ ଚିହ୍ନଟ ହେବା ପରେ ବେଶ୍‌ ଦୁର୍ବଳ ହୋଇପଡ଼ିଥିଲେ ସେଥିପାଇଁ ସେ ଫିଲ୍ମରୁ ବାଦ ପଡିଥିଲେ। ପ୍ରାୟ ଏକ ମାସ ଶଯ୍ୟାଶାୟୀ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟ୍ରିଟ୍ ଡାନ୍ସର୍ 3D ମଧ୍ୟ ଜଣେ ହିରୋଇନ୍‌ଙ୍କ ଆବଶ୍ୟକ ମଧ୍ୟ ଥିଲା।

Leave A Reply

Your email address will not be published.