Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ତିନି ଜିଲ୍ଲାରେ ସକ୍ରିୟ ଥିବା ୨ ହାର୍ଡକୋର ମାଓବାଦୀ

ରାୟଗଡା: ଛତିଶଗଡ କ୍ୟାଡରର ଦୁଇ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ରାୟଗଡା ଏସପିଙ୍କ ନିକଟରେ ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ । 

ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଏହି ତିନି ଜିଲ୍ଲାରେ ସକ୍ରିୟ ରହିଥିଲେ ଦୁଇ ଜଣ । ଉଭୟଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲାରେ ବୋଲି ଜଣାପଡିଛି । ମଙ୍କୁ ଉପରେ ୪ ଲକ୍ଷ ଓ ଲଛୁ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲେ ଓଡିଶା ସରକାର ।

ଦୁଇ ମାଓବାଦୀ ଭାଷାର ସମସ୍ୟା ସହ ନକ୍ସଲ ନେତାଙ୍କ ଅତ୍ୟାଚାର ସହି ନ ପାରି ଆତ୍ମସମର୍ପଣ କରିଥିବା କହିଛନ୍ତି । ଦୁଇ ମାଓବାଦୀଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ନିୟମ ଅନୁଯାୟୀ ସମସ୍ତ ସହାୟତା କରାଯିବ ବୋଲି ରାୟଗଡା ଏସପି କହିଛନ୍ତି ।

Leave A Reply

Your email address will not be published.