Latest Odisha News

BREAKING NEWS

ସୁନ୍ଦରବନରେ ମାଡ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

ଭୁବନେଶ୍ୱର: ଆସୁଛି ଅନେଶତ ଫର୍ମାଟର ମହାବାତ୍ୟା ‘ଅମ୍ଫାନ’ । ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ । ଭାରତୀୟ ପାଣିପାଗ ବିଭାଗ ମହାବାତ୍ୟା ଅମ୍ଫାନକୁ ନେଇ ଅପଡେଟ ନେଇ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ଫାନ। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।

ତେବେ ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ କରିବା ପରେ ଏହା ସେଠାରେ ଭୟଙ୍କର ତାଣ୍ଡବ ରଚିପାରେ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ।

ଆସନ୍ତାକାଲି ସକାଳୁ ପବନର ବେଗ ୭୫ କିମିରୁ ଅଧିକ ରହିବ ଏବଂ ୨୦ ତାରିଖରେ ପବନର ବେଗ ୧୧୦ରୁ ୧୨୦ କିମି ପର‌୍ୟ୍ୟନ୍ତ ରହିବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି। ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ ମିଟର ଉଚ୍ଚ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କଚ୍ଚା ଘର ଧୂଳିସାତ ହୋଇଯିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି ।

Leave A Reply

Your email address will not be published.