Latest Odisha News

BREAKING NEWS

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୪୦୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୦୪୦ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୩୭,୨୫୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୨୦,୩୫୬ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୧୬,୯୬୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୮,୬୪,୪୭୨ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.