Latest Odisha News

ବିଶ୍ୱ ହୃଦୟ ଦିବସ: ଆମ୍ରି ହସ୍ପିଟାଲ୍ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ହୃଦୟ ଦିବସ ଅବସରରେ ଆମ୍ରି ହସପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ହୃତପିଣ୍ଡ ଉପରେ ଅଳସ୍ୟ ଭରା ଜୀବନଶୈଳୀର ପ୍ରଭାବ ଓ ଭାରତରେ ବୃଦ୍ଧି ପାଉଥିବା କରୋନାରି ଅସୁସ୍ଥତା ଉପରେ ସଚେତନତା ସୃଷ୍ଟି କରିବା ଲାଗି ରବିବାର ଦିନ ଭୁବନେଶ୍ୱର ଠାରେ ସାଇକ୍ଲୋଥନ୍ ଫିଟନେସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଆମି୍ରି ହସ୍ପିଟାଲସ୍ ଭୁବନେଶ୍ୱର ତରଫରୁ ମୋ ସାଇକେଲ୍ ସହଯୋଗରେ ଆୟୋଜନ କରାଯାଇଥିବା ସାଇକ୍ଲୋଥନରେ ୮୦୦ରୁ ଅଧିକ ଉତ୍ସାହୀ ସାଇକେଲ୍ ଚାଳକ ଏକତ୍ରୀତ ହୋଇ ସହରରେ ୭ କି.ମି ସାଇକେଲ୍ ଚାଳନା କରିଥିଲେ । ସାଇକ୍ଲୋଥନକୁ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଶୁଭାରମ୍ଭ ହୋଇ ୟୁନିଟ-୧ ଆଦିବାସୀ ପଡ଼ିଆରେ ଶେଷ ହୋଇଥିଲା ।

ପୋଲିସ ଡେପୁଟି କମିସନର୍, ଭୁବନେଶ୍ୱର ଶ୍ରୀଯୁକ୍ତ ଅନୁପ କୁମାର ସାହୁ ସହିତ ମୋ କଲେଜ୍ର ଅଧ୍ୟକ୍ଷ (ସ୍ୱାଧୀନ ଦାୟିତ୍ୱ) ଓ ଓଡ଼ିଆ ସିନେ ତାରକା ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ପୂର୍ବତନ ସାଂସଦ ତଥା ଓଡ଼ିଆ ସିନେ ତାରକା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଭାରତୀୟ ମହିଳା ଫୁଟବଲ ଟିମ୍ ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱରର ଉପସଭାପତି ଓ ୟୁନିଟ୍ ମୁଖ୍ୟ ଡକ୍ଟର ଅନୁଜ ତିୱାରୀ ପତାକା ଦେଖାଇ ସାଇକ୍ଲୋଥନ୍ର ଶୁଭାରମ୍ଭ କରିଥିଲେ ।

ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱରର ଡକ୍ଟର ମହେଶ ପ୍ରସାଦ ଅଗ୍ରୱାଲା, କନ୍ସଲଟାଂଟ୍, କାର୍ଡିଓଲୋଜି, ଡକ୍ଟର ଏସ୍ ଏନ୍ ପଣ୍ଡା, କାର୍ଡିଓଲୋଜି ଆଣ୍ଡ ଇଲେକ୍ଟେ୍ରାଫିଜିଓଲୋଜି, ଡକ୍ଟର ଚନ୍ଦ୍ରଭାନୁ ପରିଜା, ସିଟିଭିଏସ୍ ଏବଂ ଡକ୍ଟର ଜେ ଏନ୍ ପଟ୍ଟନାୟକ, ସିଟିଭିଏସ୍ ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିଲେ ଏବଂ ‘ସୁସ୍ଥକର ହୃତପିଣ୍ଡ୍’ ବିଷୟର ପ୍ରସାର କରିଥିଲେ ।

ଏହି ଅଭିଯାନକୁ ବିପୁଳ ସମର୍ଥନ ମିଳିଥିବାରୁ ଉତ୍ସାହିତ ହୋଇ ଡକ୍ଟର ଅନୁଜ ତିୱାରୀ, ଉପସଭାପତି ଏବଂ ୟୁନିଟ୍ ମୁଖ୍ୟ, ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର କହିଛନ୍ତି ଯେ, “ସାଇକେଲ୍ ଚାଳନା ଦ୍ୱାରା ଆପଣଙ୍କ ହୃଦୟର ମାଂସପେଶୀ ଦୃଢ଼ ହୋଇଥାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ଓ ପ୍ରବାହରେ ଉନ୍ନତି ହୋଇଥାଏ । ଏହା ନାଡ଼ିର ବିଶ୍ରାମ ମାତ୍ରା କମ୍ କରେ ଏବଂ ରକ୍ତରେ ମେଦର ସ୍ତରକୁ ହ୍ରାସ କରିଥାଏ । ଏହି ସାଇକ୍ଲୋଥନ୍ ପ୍ରତି ଏଭଳି ସମର୍ଥନକୁ ଦେଖି ବହୁତ ଖୁସି ଲାଗୁଛି ଏବଂ ହୃଦରୋଗର ମାତ୍ରାକୁ ଉଲ୍ଲେଖନୀୟ ଭାବେ କମ୍ କରିବା ଲାଗି ଅଧିକରୁ ଅଧିକ ଲୋକ ସାଇକେଲ୍ ଚାଳନା ପ୍ରତି ଆଗ୍ରହୀ ହେବେ ବୋଲି ଆମେ ଆଶା କରୁଛୁ ।’’

Leave A Reply

Your email address will not be published.