Latest Odisha News

BREAKING NEWS

ବ୍ରହ୍ମପୁର ଏବଂ ଉଧନା ମଧ୍ୟରେ ଦୈନିକ ଗଡିବ ଅମୃତ ଭାରତ ଏକ୍ସପ୍ରେସ୍ 

ଭୁବନେଶ୍ୱର: ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତାୟାତ କୁ ଉନ୍ନତ କରିବା ପାଇଁ ଓ ଯାତ୍ରୀମାନଙ୍କର ଆବଶ୍ୟକତାକୁ ନଜରରେ ରଖି ରେଳ ମନ୍ତ୍ରଣାଳୟ ବ୍ରହ୍ମପୁର ଏବଂ ଉଧନା ମଧ୍ୟରେ ପ୍ରତିଦିନ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ତେବେ ଟ୍ରେନ୍ ନମ୍ବର ୧୯୦୨୧/୧୯୦୨୨ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ର ଫ୍ରିକ୍ୱେନ୍ସିକୁ ସପ୍ତାହରେ ଆହୁରି ତିନିଦିନ ପାଇଁ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଅନୁମୋଦନ କରିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।ଏଥିଯୋଗୁଁ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ଶୀଘ୍ର ସୂଚିତ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନ୍‌ର ଫ୍ରିକ୍ୱେନ୍ସି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ଏହି ଅନୁମୋଦନକୁ ଗ୍ରହଣ କରିଥିବାରୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

 

Comments are closed.