Latest Odisha News

BREAKING NEWS

ମା’ ହେବେ ଅଭିନେତ୍ରୀ ଅମୃତା !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଅମୃତା ରାଓ ମା ହେବାକୁ ଯାଉଛନ୍ତି। ସେ ଦୀର୍ଘ ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ତାଙ୍କ ମା ହେବା ଖବର ଶୁଣିବା ପରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।

ଅମୃତା ରାଓଙ୍କର ପ୍ରଥମ ବେବି ବମ୍ପ୍ ଫଟୋ ଦେଖିବାକୁ ମିଳିଛି। ସେହି ଫଟୋରେ ତାଙ୍କ ସହ ସ୍ୱାମୀ ଆରଜେ ଅନମୋଲ ମଧ୍ୟ ରହିଛନ୍ତି। ଏହି ଦମ୍ପତି ପ୍ରଥମ ଥର ପିତାମାତା ହେବାକୁ ଯାଉଛନ୍ତି।

ସୂଚନାନୁସାରେ, ଅମୃତା ଖରାର୍‌ ଏକ କ୍ଲିନିକରେ ପହଞ୍ଚିଥିଲେ ସେଠାରେ ଏହି ଫଟୋ ଉଠାଯାଇଥିଲା। ଜୀବନର ଏହି ପର୍ଯ୍ୟାୟକୁ ଅମୃତା ବେଶ୍‌ ଉପଭୋଗ କରୁଛନ୍ତି।

ତେବେ ସେ ନିଜେ ଏପର୍ଯ୍ୟନ୍ତ ସର୍ବସାଧାରଣରେ ଗର୍ଭଧାରଣ କଥା ଘୋଷଣା କରିନାହାଁନ୍ତି। ୧୫ ମେ, ୨୦୧୬ ରେ ଅମୃତା ଏବଂ ଆର୍‌ଜେ ଅନମୋଲ ଗୁପ୍ତ ଭାବରେ ବିବାହ କରିଥିଲେ ଯେଉଁଥିରେ କେବଳ ପରିବାର ଏବଂ କିଛି ବନ୍ଧୁ ସାମିଲ୍‌ ହୋଇଥିଲେ।

ବିବାହ ପୂର୍ବରୁ ଅମୃତା ଏବଂ ଅନମୋଲ ସାତ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ବିବାହର ଚାରି ବର୍ଷ ପରେ, ସେ ବର୍ତ୍ତମାନ ପିତାମାତା ହେବାକୁ ଯାଉଛନ୍ତି। ଅମୃତା  ଫିଲ୍ମ ‘ଅବ କେ ବରସ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଅମୃତାଙ୍କୁ ଶେଷ ଥର ପାଇଁ ‘ବାଲା ସାହେବ ଠାକରେ’ଙ୍କ ବାୟୋପିକରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ବାଲ ଠାକ୍‌ରେଙ୍କ ପତ୍ନୀ ମୀନା ଠାକ୍‌ରେଙ୍କ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.