Latest Odisha News

BREAKING NEWS

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’ ଫିଲ୍ମକୁ ବୟକଟ୍ କରିବା ପାଇଁ ସେ ଦର୍ଶକଙ୍କୁ ନିବେଦନ କରିଛନ୍ତି । ଏଥିସହ ଅକ୍ଷୟ ଏହି ଫିଲ୍ମ ମାଧ୍ୟମରେ ‘ଦେବୀ ଲକ୍ଷ୍ମୀ’ଙ୍କୁ ପରିହାସ କରିଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହା ଭାରତ, କାନାଡା ନୁହେଁ । ଏଠାରେ ଦେବାଦେବୀଙ୍କୁ ପୂଜା କରାଯାଏ, ପରିହାସ କରାଯାଏ ନାହୁଁ । ଅକ୍ଷୟଙ୍କୁ ବାଟକୁ ଆଣିବା ପାଇଁ ଦର୍ଶକମାନେ ତାଙ୍କ ସିନେମାକୁ ବୟକଟ୍ କରିବା ଉଚିତ । ଫଳରେ ସେ ଭବିଷ୍ୟତରେ ଆଉ ଭୁଲ୍ କରିବେ ନାହିଁ ବୋଲି କେଆର୍‌କେ କହିଛନ୍ତି ।

‘ଲକ୍ଷ୍ମୀବମ୍‌’ ଫିଲ୍ମର ଲିଡ୍ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପଜିଟ୍‌ରେ କିଆରା ଆଡଭାନୀ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲରେନ୍ସ । ଆସନ୍ତା ନଭେମ୍ବର ୯ ତାରିଖରେ ଫିଲ୍ମଟି ରିଲିଜ ହେବ ।

Leave A Reply

Your email address will not be published.