Latest Odisha News

BREAKING NEWS

ଅମ୍ରିତପାଲ ଆଇଏସଆଇ ଏଜେଣ୍ଟ; ହିଂସାକାଣ୍ଡ ଘଟାଇବା ପାଇଁ ଭାରତକୁ ପଠାଇଥିଲା ପାକ୍ ଗୁଇନ୍ଦା ସଂସ୍ଥା

ଅମ୍ରିତସର:ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଅମ୍ରିତପାଲକୁ ବିପୁଳ ଟଙ୍କା ଦେଇ ଭାରତରେ ଖଲିସ୍ଥାନ ଗଠନ ନାମରେ ହିଂସାକାଣ୍ଡ ଘଟାଇବା ପାଇଁ ପଠାଇଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଚି ଭାରତୀୟ ଗୋଇନ୍ଦା ସଂସ୍ଥା ।

ଏପଟେ ପଞ୍ଜାବ ପୋଲିସ ଅମ୍ରିତପାଲଙ୍କୁ ଗିରଫ କରିବା ପାଇଁ ନାକେଦମ ହୋଇଗଲାଣି । ଅମ୍ରିତପାଲର ଚାଚା ଏବଂ ଭାଇ ଆତ୍ମସମର୍ପଣ କରିବା ସହ ୧୦୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ଗିରଫ କରିସାରିଲାଣି  ।

ଗୋଇନ୍ଦା ତଥ୍ୟ ଅନୁଯାୟୀ ଅମ୍ରିତସରର ଜଲ୍ଲୁପୁର ଖେରାରେ ୧୯୯୩ରେ ଅମ୍ରିତପାଲର ଜନ୍ମ । ଦ୍ୱାଦଶଯାଏ ପାଠ ପଢିଥିବା ଅମ୍ରିତପାଲ ୨୦୧୨ରେ ଭାରତ ଛାଡି ଦୁବାଇ ଚାଲି ଯାଇଥିଲେ ।

ସେ ଦୁବାଇରେ ନିଜ ସମ୍ପର୍କୀୟଙ୍କ ଟ୍ରାନ୍ସପୋର୍ଟ କମ୍ପାନୀରେ ଟ୍ରକ ଡ୍ରାଇଭର ଭାବେ କାମ କରୁଥିଲା । ସେ ଜଣେ ଆଇଏସଆଇ ଏଜେଣ୍ଟ । ୟୁଏଇରେ ରହୁଥିବାବେଳେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସଂସ୍ପର୍ଶରେ ଆସିଥିଲା । ସେ ଗତ ସେପ୍ଟେମ୍ବର ମାସରେ ଭାରତ ଆସିଥିଲେ । ଯୁବ ଶିଖ ଗୋଷ୍ଠୀଙ୍କୁ ଧର୍ମ ନାମରେ ପ୍ରବର୍ତ୍ତାଇବା ପାଇଁ କୁହାଯାଇ ପଠାଯାଇଛି । ତଥ୍ୟରୁ ଆହୁରି ଜଣାଯାଇଛି, ଆଇସଆଇ ଟଙ୍କାର ଲୋଭ ଦେଖାଇ ଯୁବଶିଖମାନଙ୍କୁ ଖଲିସ୍ଥାନ ସପକ୍ଷରେ ମତାଉଛି । ଏପରି କରାଇ ପଞ୍ଜାବରେ ହିଂସାକାଣ୍ଡ ଘଟାଇବା ପାଇଁ ଅମ୍ରିତପାଲକୁ ଦାୟିତ୍ୱ ଦିଆଯାଇଥିଲା ।

୬ ମାସ ତଳେ ସେ ୱାରିସ ପଞ୍ଜାବ ଦେର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ । ଯେବେଠାରୁ ଅମ୍ରିତପାଲ ଆସିଛି ସେବେଠାରୁ ଆଶାନ୍ତ ହୋଇପଡିଛି ଉକ୍ତ ରାଜ୍ୟ । ଅମ୍ରିତପାଲକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସର ନିଦ ହଜି ଯାଇଛ । ପୋଲିସ-ଅପରାଧୀ ମଧ୍ୟରେ ଚାଲିଛି ଲୁଚକାଳି ଖେଳ । ପୋଲିସର ହାତ ପଆନ୍ତାରୁ ଖସି ଯାଇଛି ଅମ୍ରିତପାଲ । ତାକୁ ଧରିବା ପାଇଁ ରାଜ୍ୟରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଅମ୍ରିତପାଲ ସମର୍ଥକ ଗିରଫ ହେବା ପରେ ସେମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ବି ଜବତ କରିଛି ପୋଲିସ  । ଜଳନ୍ଧରର ଆନନ୍ଦପୁରରେ ଅମ୍ରିତପାଲ ଏକ ସିକ୍ରେଟ ଫୋର୍ସ ଗଠନ କରୁଥିଲା ।  ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରରେ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖୁଥିଲା ।  ଆତ୍ମଘାତୀ ଆକ୍ରମଣ ପାଇଁ କିଛି ଯୁବକଙ୍କୁ ତାଲିମ ବି ଦେଉଥିଲା ।

 

 

Leave A Reply

Your email address will not be published.