Latest Odisha News

BREAKING NEWS

ଛୋଟ ପରଦାରେ ରାଜ କରୁଥିବା ଅଙ୍କିତାଙ୍କୁ ଏବେ ମିଳୁନି କାମ

ମୁମ୍ବାଇ: ବହୁ ବର୍ଷ ଧରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିଲେ । ହେଲେ ଦୁଃଖର ବିଷୟ ସେମାନଙ୍କୁ ଏବେ କାମ ମିଳୁନାହିଁ । ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘର ଓ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ମିଳୁନି କାମ । ଆଉ କିଛି କଳାକାର ନିଜ ସ୍ୱାଭିମାନ ପାଇଁ ଚୁପ୍ ହୋଇ ରହି ଯାଇଛନ୍ତି । ଏ କଥା ସେମାନେ ଖୋଲାଖୋଲି ସୋସିଆଲ ମିଡ଼ିଆରେ ବି ସ୍ପଷ୍ଟ କରୁଛନ୍ତି । ନିକଟରେ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ସାକ୍ଷାତକାରରେ କହିଛନ୍ତି ଯେ, ଏବେ ସେ ଆଉ କାମ କରୁନାହାଁନ୍ତି । କିନ୍ତୁ ସେ କାମ ମାଗିବା ପାଇଁ କାହା ପାଖକୁ ଯିବେ ନାହିଁ ।

ଏହି ଅଭିନେତ୍ରୀଙ୍କ ଜଣକ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ । ନିକଟରେ ଅଙ୍କିତା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଅନେକ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଛି । ମୋ ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରନ୍ତି । ହେଲେ ଏବେ ମୋତେ କାମ ଦେବାକୁ କୌଣସି ପ୍ରଯୋଜକ କିମ୍ବା ରାଜି ହେଉନାହାନ୍ତି । ଏହାର କାରଣ କ’ଣ ମୁଁ ନିଜେ ବି ଜାଣିନାହିଁ । ଚାଟୁକାର କରି କାମ ମାଗିବା ମୋ ପକ୍ଷେ ସମ୍ଭବ ନୁହେଁ । ମୋ ପ୍ରତିଭା ଦେଖି କାମ ମିଳିଲେ ମୁଁ ହୃଦୟର ସହ କରିବି । ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ । କାମ ନ ମିଳିଲେ ବି ରିଲ୍ ଓ ଭିଡ଼ିଓ ତିଆରି କରି ଲୋକଙ୍କ ପ୍ରୀୟ ହୋଇ ପାରୁଛି ।

ଅଙ୍କିତା ଜିଟିଭିରେ ପ୍ରସାରିତ ହୋଇଥିବା ପବିତ୍ର ରିସ୍ତାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ଅନେକ ସୁପରହିଟ୍ ଧାରାବାହିକ କରିବା ସହ ଦୁଇଟି ବଲିଉଡ ସୁପରହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଅଙ୍କିତା । ୨୦୨୧ ମସିହାରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଏହା ପରେ ସେଲିବ୍ରିଟ୍ ରିଅଲିଟି ସୋ ସ୍ମାର୍ଟ ଯୋଡିରେ ଭାଗ ନେଇ ବିଜୟୀ ବି ହୋଇଥିଲେ । ଏହା ସତ୍ତ୍ୱେ କିଛି ବର୍ଷ ହେଲା କାମ ନ ମିଳିବାରୁ ଘରେ ବସି ରହିଛନ୍ତି ।

Leave A Reply

Your email address will not be published.