Latest Odisha News

BREAKING NEWS

କେମିତି ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ? ସିସିଟିଭି ଫୁଟେଜରୁ ମିଳିଲା ଚମକାଇ ଦେଲା ପରି ତଥ୍ୟ

ନୂଆଦିଲ୍ଲୀ: ଖଲିସ୍ଥାନ କଟ୍ଟରପନ୍ଥୀ ଅମ୍ରିତପାଲ ସିଂଙ୍କ ଧରିବା ପାଇଁ ଏବେ ବି ପଞ୍ଜାବ ପୋଲିସ ଜି-ଜାନ ଲଗାଇ ଦେଇଛି । ଇତି ମଧ୍ୟରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରୁ ଅମ୍ରିତପାଲ ସିଂ କେମିତି ପୋଲିସକୁ ଚକମା ଦେଇ ଖସି ପଳାଉଛି ତାହା ସାମ୍ନକୁ ଆସିଛି । ଅମ୍ରିତପାଲ ବ୍ରେଜା ଗାଡିରୁ ଓହ୍ଲାଇ ନିଜର ପଗଡି ବଦଳାଉଛି । ଏହାପରେ ପ୍ରଥମେ ନୀଳ ରଙ୍ଗର ପରେ ନାରଙ୍ଗି ରଙ୍ଗର ପଗଡି ପିନ୍ଧି ଏକ ବାଇକରେ ବସି ଘଟଣାସ୍ଥଳରୁ ପଳାଇଥିଲା । ପୋଲିସ ପୁରା ଘଟଣାର ଛାନଭିନ କରୁଛି । ଯେଉଁମାନେ ତାକୁ ପଳାଇବାରେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ବି ପୋଲିସ ତଲାସ କରୁଛି ।
ମିିଳିଥିବା ସୂଚନା ଅନୁସାରେ ଅମ୍ରିତପାଲ ନିଜର ମର୍ସିଡିଜ କାରରେ ଜଳନ୍ଧରର ଶାହକୋଟରେ ଓହ୍ଲାଇଥିଲା । ଶାହକୋଟରେ ତାଙ୍କର ଜଣେ ସହଯୋଗୀଙ୍କ ବ୍ରେଜା କାରରେ ବସିଥିଲୋ । ବ୍ରେଜା କାରରେ ଅମ୍ରିତପାଲ ନିଜର ପୋଷାକ ବଦଳାଇଥିଲା । ପଞ୍ଜାବୀ ବଦଳାଇ ପ୍ୟାଣ୍ଟସର୍ଟ ପିନ୍ଧିଥିଲା ।

ପରେ ତିନିଜଣ ସହଯୋଗୀଙ୍କ ସହ ମୋଟରସାଇକେଲରେ ପଳାଇ ଯାଇଥିଳେ । ଅମ୍ରିତପାଲକୁ ମୋଟର ସାଇକେଲରେ ଖସି ପଳାଇଯିବାରେ ଯେଉଁମାନେ ସାହାଯ୍ୟ କରିଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ପପ୍ପଲପ୍ରୀତ ସିଂହ ବୋଲି କୁହାଯାଉଛି । ସେ ଅମ୍ରିତପାଲର ଖୁବ ବିଶ୍ୱସ୍ତ ଏବଂ ନିକଟତର ବୋଲି କୁହାଯାଉଛି । ତାଙ୍କର ଲିଙ୍କ ଆଇଏସଆଇ ସହ ରହିଛି ଏବଂ ସେ ଜଣେ ସାମ୍ବାଦିକ ବୋଲି କୁହାଯାଉଛି ।

ସୂଚନା ଥାଉ କି , ଅମ୍ରିତପାଲ ତାର ବେଶ ବଦଳାଉଥିବା ନେଇ ପୋଲିସ ପକ୍ଷରୁ ଅନୁମାନ କରାଯାଉଥିଲା  । ତେଣୁ  ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର ସୀମା ବଳ ନିକଟକୁ ପଠାଯାଇଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ କରାଇ ଦିଆଯାଇଛି । ବିଶେଷ କରି ହରିୟାଣା, ଚଣ୍ଡୀଗଡ ଓ ହିମାଚଳପ୍ରଦେଶ ପୋଲିସକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅମ୍ରିତପାଲ ବେଶ ବଦଳାଇ ପାକିସ୍ତାନ ଏବଂ ନେପାଳକୁ ଖସିଯିବା ପାଇଁ ଉଦ୍ୟମ କରିପାରେ ବୋଲି ଆଶଙ୍କା କରାଯାଉଛି । ପଞ୍ଜାବକୁ ଲାଗି କରି ରହିଥିବା ୫୫୦ କିଲୋମିଟର ପାକିସ୍ତାନ ସୀମାରେ ବିଏସଏଫ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.